ଝିଅର ମୁହଁ ଦେଖାଇଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।

ଏକ ଇଭେଣ୍ଟରେ ମା’ ପ୍ରିୟକାଙ୍କ କୋଳରେ ମାଲ୍‌ତୀ ମେରି ବସିଥିବା ନଜର ଆସିଛି…ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ଝିଅ ମାଳତୀ ମେରି ସହ ସମୟ ବିତାଉଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି। ଜନ୍ମ ପରଠାରୁ ମାଳତୀଙ୍କ ଚେହେରା ଗଣମାଧ୍ୟମ ଆଗରେ ଲୁଚାଉଥିବା ପ୍ରିୟଙ୍କା ନିକଟରେ ଏକ ପାର୍ଟିରେ ଝିଅ ମୁହଁ ସାର୍ବଜନୀନ କରିଛନ୍ତି।

ଗତ ଜାନୁଆରୀ ୩୦ରେ ଝିଅକୁ ନେଇ ଏକ ଇଭେଣ୍ଟ ଆସିଥିଲେ ପ୍ରିୟଙ୍କା। ଏଠାରେ ତାଙ୍କ ସ୍ବାମୀ ନିକ ଜୋନାସ ଏବଂ ତାଙ୍କ ଭାଇମାନେ ସେମାନଙ୍କର ହଲିଉଡ ୱାଲ ଅଫ ଫେମ ଷ୍ଟାର ପୁରସ୍କାର ପାଇଥିଲେ। ଏହି ଇଭେଣ୍ଟରେ ଏକ କ୍ରିମ ସ୍ବେଟର୍‌ ଏବଂ ମ୍ୟାଚିଙ୍ଗ୍‌ ସର୍ଟସ ପିନ୍ଧିଥିଲେ ମାଳତୀ। ପ୍ରିୟଙ୍କା ତାଙ୍କୁ କୋଳରେ ଧରି ବହୁତ ଖୁସି ନଜର ଆସିଥିଲେ।

ହଲିଉଡ ୱାକ ଅଫ ଫେମ ଇଭେଣ୍ଟରୁ ମାଳତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା ସରୋଗେସି ମାଧ୍ୟମରେ ଜାନୁଆରୀ ୧୫, ୨୦୨୧ରେ ଝିଅ ଜନ୍ମ ଦେଇଥିଲେ।