ଟିଭି ସିରିୟଲ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ।
ଟିଭି ସିରିୟଲ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ଟିଭି ସିରିୟଲ ସେଟ୍ରେ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି।
ମେକଅପ୍ ରୁମରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ତାଙ୍କ ଆତ୍ମହତ୍ୟା ଘଟଣାରେ ଟେଲି ଜଗତ ସ୍ତବ୍ଧ ହୋଇ ପଡିଛି। ଫିଲ୍ମ ଜଗତରେ ଲୋକପ୍ରିୟ ଅଭିନେତ୍ରୀ ତୁନିଶା ମାତ୍ର ୨୦ ବର୍ଷ ବୟସରେ ନିଜର ଜୀବନ ହାରିଛନ୍ତି।
ତୁନିଶା ଶର୍ମା ଛୋଟ ବୟସରେ ଅନେକ ଲୋକପ୍ରିୟ ଧାରାବାହିକ ଏବଂ ଫିଲ୍ମରେ କାମ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ଅଚାନକ ତାଙ୍କର ଆତ୍ମହତ୍ୟା ଖବର ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। ତୁନିଶା ୬ ଘଣ୍ଟା ପୂର୍ବରୁ ମେକଅପ୍ ରୁମକୁ ଯାଇ ଆଉ ଫେରିନଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।