ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ, ଜଣେ ଗୁରୁତର I
ଥୁଆମୂଳ ରାମପୁର,୦୯/୧୦-(ଦୁର୍ଗା କୀର୍ତ୍ତି):- ପୋଲିସ ପ୍ରଶାସନ ର ଘନ ଘନ ରୋଡ ସୁରକ୍ଷା ସଚେତନତା ସତ୍ୟେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି l ଆଉ ବିବେଷ୍କରି ଥୁଆମୂଳ ରାମପୁର ବ୍ଲକ୍ ର କର୍ଲାପାଟ ଥାନା ଅଧୀନରେ ଗତ କିଛି ଦିନ ହେବ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି l ଠିକ୍ ସେମିତି ଏକ ଦୁର୍ଘଟଣା ଘଟିଥିବା ଖବର ଆସି ସାମ୍ନାରେ ପହଞ୍ଚିଛି ଯାହାକି, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଭବାନୀପାଟଣା ମୁଖ୍ୟ ରାସ୍ତା ପାଖରେ ଥିବା ପେରମଞ୍ଜି ଉଦ୍ୟାନ ବିଭାଗ ନର୍ସରୀ ଘାଟିରେ ବୁଧବାର ଅପରାହ୍ନ ରେ ଏକ (ଆର୍ ଜେ୧୧ଜିବି୧୧୧୦) ନମ୍ବର ର ଟ୍ରକ ଧକ୍କାରେ କର୍ଲାପାଟ ଥାନା ଅନ୍ତର୍ଗତ ବଡଭେଜିଗୁଡ଼ା ଗ୍ରାମର ନାରସିଂ ନାଏକଙ୍କ ୨୩ ବର୍ଷୀୟା ପୁଅ ମଳୟ ନାଏକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ତେବେ ମଟରସାଇକେଲ ରେ ଆଉ ଜଣେ ୧୭ ବର୍ଷର ଦୀପକ ମାଝୀ ନାମକ ବାଳକ ପଛରେ ବସି ଥିଲେ ଯାହାଫଳରେ ସେ ଘଟଣା ସ୍ଥଳରେ ଛିଟିକି ପଡ଼ିଯିବା ଫଳରେ ଖଣ୍ତିଆ ଖାବରା ହେବ ସହ ଏକ ହାତ ଭାଙ୍ଗି ଯାଇଥିବା ବେଳେ ସେ ଭୟରେ ଜଙ୍ଗଲ ଭିତରେ ପଳାଇ ଯାଇଥିବା ପରେ ସ୍ଥାନୀୟ ସରପଞ୍ଚ ଙ୍କ ଲୋକ ପାଖ ଜଙ୍ଗଲକୁ ଯାଇଦେଖି ଥିଲେ ସେଠାରେ ବାଳକକୁ ପାଇ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଉକ୍ତ ବଳକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଦୁର୍ଘଟଣାର ଖବର ପାଇ କର୍ଲାପାଟ ଥାନା କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଲୟକୁ ପଠାଇଥିବା ବେଳେ ଦୁର୍ଘଟଣା କରିଥିବା ଟ୍ରକ୍ କୁ ପୋଲିସ କାବୁ କରିଥିବା ବେଳେ ଡ୍ରାଇଭର ଓ ହେଲ୍ପର୍ ନିକଟସ୍ଥ ଶଗଡ଼ ଫରେଷ୍ଟ ଚେକ୍ ଗ୍ୟଟ ପାଖରେ ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବିଜୟ ରାଜ ମାଝୀ ।