ଠିକାଦାରଙ୍କ ରୋଜଗାର ପେଣ୍ଠ ସ୍ଥଳ ପାଲଟିଛି ଦୁଇ ଗୋଟି ପୋଖରୀ !
ଥୁଆମୂଳ ରାମପୁର,୨୧।୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ରଜା ରାଜୁଡ଼ା ଅମଳର ବୋହୂ ପୁରାତନ ପୁରୁଷୋତ୍ତମ ସାଗର ଓ ଆଡିବନ୍ଧ ସାଗର ନାମରେ ନାମିତ ଥିବା ପୋଖରୀ ର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ ନାମରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି ହେଲେ ହୋଇନି ଆଖି ଦୃଶିଆ କାମ। ତେବେ ଖର୍ଚ୍ଚ ଅନୁସାରେ କାମ ହୋଇନଥିବା ସହ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି। ସୂଚନା ଅନୁସାରେ ଏହି ଦୁଇ ଗୋଟି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ଡି.ଏମ.ଏଫ୍ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩/୨୪ରେ ୨୦ ଲକ୍ଷ୍ୟ ଲେଖାଏଁ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମନରେଗା ଯୋଜନା ଓ ପଞ୍ଚଦଶ ଓଡ଼ିଶା ଷ୍ଟେଟ ଫାଇନାନ୍ସ କମିଶନ ରେ ଆର୍ଥିକ ବର୍ଷ ୨୦୨୩/୨୪, ୨୦୨୪/୨୫ ଅନୁଯାୟୀ ୫ ଲକ୍ଷ୍ୟ ରୁ ୧୦ ଲକ୍ଷ୍ୟ ଏବଂ ବ୍ଲକ ପାଣ୍ଠି ରୁ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସହ ସମୁଦାୟ ପାଖାପାଖି ୫୦ ଲକ୍ଷ୍ୟ ରୁ ଉର୍ଦ୍ଧ ରଜକୋସ ଟଙ୍କା ଖର୍ଚ୍ଚ ହୋଇଯାଇଥିଲେ ସୁଦ୍ଧା କୌଣସି ଆଖି ଦୃଷିଆ ଭଲ କାମ ହୋଇ ନାହିଁ ବରଂ ଅଧିକ ଅପରିଷ୍କାର, ଦୂଷିତ ହୋଇଯାଇଛି ପୋଖରୀ ପାଣି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି l ଏମିତିକି ନିମ୍ନମାନର କାମ ସହ କେବଳ ପୋଖରୀ ହିଡ଼ରେ ହାଲୁକା ୱାଲ ସହ ପଥର ପେଚିଂ ଏବଂ ଅନ୍ୟାନ୍ୟ କାମ ସବୁ କରି ପୁନରୁଦ୍ଧାର, ସୌନ୍ଦର୍ଯ୍ୟ କରଣ ନାମରେ ଟଙ୍କା ହରିଲୁଟ ହୋଇଥିବା ବିଭିନ୍ନ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୁଇ ଗୋଟି ପୋଖରୀରେ ପୂର୍ବ ଅପେକ୍ଷା ପାଣି ଭିତରେ ଅଧିକ ପଙ୍କ ଏବଂ ଚାରି ଆଡ଼େ ଅନା ବନା ଗଛ ଲତା ଉଠି ରହିଥିବା ସହ ପାଣି ଭିତରେ ବିଭିନ୍ନ ଲତା ମାଡ଼ି ପାଣିକୁ ଅପରିସ୍କାର କରୁଛି। ତାକୁ ମଧ୍ୟ ସଫା କରାଯାଇ ନଥିବାରୁ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ନାମକୁ ମାତ୍ର ପୋଖରୀ ପୁନରୁଦ୍ଧାର କରାଯାଇଛି କହି ଅର୍ଥ ଆତ୍ମସାତ କରାଯାଇଥିବା ଅଞ୍ଚବସୀଙ୍କ ମଧ୍ୟରେ ଅଭିଯୋଗ ହେଉଥିବା ସହ ଏହାର ଉଚ୍ଚ ସ୍ତରୀୟ (ଭିଜିଲାନ୍ସ) ତଦନ୍ତ ଅବଶ୍ୟ ବୋଲି ଲୋକେ ଦାବୀ କରୁଛନ୍ତି । ଏମିତି କି କାମ କରି ଭାଉଚରରେ ଟଙ୍କା ଉଠାଣ କରାଯାଇଥିଲେ ମଧ୍ୟ ଅଦ୍ୟାବିଧି ସେଠାରେ କାମର କୌଣସି ସୂଚନା ଫଳକ ଆଉ ଲଗାଯାଇନାହିଁ। ଫଳରେ ଲୋକଙ୍କ ମନରେ ସନ୍ଦେହ ଆହୁରି ଅଧିକ ଜାତ ହେଉଛି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିବାରୁ ବର୍ତ୍ତମାନ ଆମ ଗ୍ରାମ ପଞ୍ଚାୟତ ରୁ ୪ଲକ୍ଷ୍ୟ ଦେଇଛୁ ବୋହୁତ ଶୀଘ୍ର ପୁଣି କାମ ଆରମ୍ଭ କରାଯିବ ବୋଲି କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପଚାରିବାରୁ “ପୂର୍ବରୁ ଯାହା କାମ ସରିଛି ତାହା ସରିଛି, ବର୍ତ୍ତମାନ ସୁଦ୍ଧା କାମ ସମ୍ପୂର୍ଣ୍ଣ ହୋଇ ନାହିଁ, ଆମ ପାଖରେ ଆହୁରି ପାଣ୍ଠି ଅଛି, ଯେମିତି କି ପଞ୍ଚଦଶ ଓଡ଼ିଶା ଷ୍ଟେଟ ଫାଇନାନ୍ସ କମିଶନ ଏବଂ ଅନ୍ୟାନ୍ୟ ପଣ୍ଠୁ ରୁ ଏହି ସପ୍ତାହ ମଧ୍ୟରେ ପୁଣି ଯାହା ରହିଯାଇଥିବା କାମ ଆରମ୍ଭ କରିବୁ, ଯେମିତି କି ପଙ୍କ ଉଦ୍ଧାର ଏବଂ ଅନ୍ୟାନ୍ୟ ପାରିପାର୍ଶିକ ଉନ୍ନତିକରଣ କାମ କରାଯିବ ବୋଲି କହିଛନ୍ତି। ତେବେ ୫୦ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ପରେ ମଧ୍ୟ କାହିଁକି ପଙ୍କ ଉଦ୍ଧାର ଆଉ ସୁନ୍ଦର୍ଯ୍ୟ କରଣ କାମ ହୋଇ ପାରିଲା ନାହିଁ, ଫଳରେ ଲୋକେ ସେହି ଦୂଷିତ ପାଣି ନିତିଦିନିଆ ବ୍ୟବହାର କରି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।