ଡାକକୋଟା ଭାରତ ପଡିଆ ଠାରେ ବାଲିପଟା ମହୋତ୍ସବ ପାଳିତ l
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଲା ଯାତ୍ରା ପଡିଆ l
ଥୁଆମୂଳ ରାମପୁର, ୧୪/୦୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକରେ ଚଳିତ ବର୍ଷ ଆଦିବାସୀଙ୍କ ମହାନ ପର୍ବ ଟୋକି ପର୍ବ ବା ପୌଷ ପର୍ବ ଅଞ୍ଚଳର ଟେବାକଲମ, ରଣପୁର, ଚୁଲବାଡି ଓ ଧୁଲିଗୁଡ଼ା ଆଦି ଗ୍ରାମରେ ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ ୫ ଦିନ ଧରି ଆୟୋଜିତ ହେଉଥିବା ଏହି ଯାତ୍ରାର ମଙ୍ଗଳବାର ଏହାର ଚତୁର୍ଥ ଦିବସରେ ଡ଼ାକକୋଟା ସ୍ଥିତ ଭାରତ ଯାତ୍ରା ପଡିଆ ଠାରେ ବାଲିପଟା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l

ପାରମ୍ପରିକ ରୀତିନୀତି ପର୍ଯ୍ୟାୟ କ୍ରମେ ପ୍ରଥମେ ନିକଟସ୍ଥ ବାବା ଖଣ୍ଡୁଆଲ ମନ୍ଦିର ଠାରେ ପୂଜାର୍ଚ୍ଚନା ପୂର୍ବକ ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ଡ଼ାକକୋଟା ପକ୍ଷରୁ ଆୟୋଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ଏହି ଯାତ୍ରା ପାଳନ କରିଥାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସୀଙ୍କ ଏହି ପାରମ୍ପରିକ ପର୍ବ ପର୍ଯ୍ୟାୟ କ୍ରମେ ପାଳନ ହେଉଅଛି । ଦୀର୍ଘ ୩୫ ରୁ ୪୦ ବର୍ଷ ଧରି ପାଳନ କରୁଥିବା ଏହି ବାଲିପଟା ମହୋତ୍ସବ ବା ସାଗତୋଲା ପରବ ମହାସମାରୋହରେ ପାଳିତ ହୋଇଯାଇଛି।

ଟୋକିମରା ପରବ ପାଇଁ ବିଗତ ସପ୍ତାହେ ଧରି ଅଧିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଗ୍ରାମାଞ୍ଚଳ ମାନଙ୍କ ଚଳଚଞ୍ଚଳ ହୋଇ ପଡିଥିବା କେବଳ ଆଦିବାସୀ ସମ୍ପ୍ରଦାୟ ନୁହଁନ୍ତି ଗ୍ରାମରେ ବସବାସ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇ ଭାଇଚାରାର ନିଦର୍ଶନ ଦେଖାଇଛନ୍ତି। ରବିବାର ଟୋକିମରା ପରବ ଶେଷ ହୋଇଥିବା ବେଳେ ସୋମବାର ଧାଙ୍ଗଡିଦୋଳା ପରବ ପରେ ମଙ୍ଗଳବାର ସାଗତୋଲା ଯାତ୍ରାରେ ଆଖପାଖ ଅଞ୍ଚଳ ଓ ଗ୍ରାମର ଶତାଧିକ ଯୁବକ ଯୁବତୀ ସାମିଲ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସୁଜର୍ଜିତ ହୋଇ ନାଚଗୀତରେ ମତୁଆଲା ହୋଇପଡିଥିଲେ ।

ଏହି କାର୍ଯ୍ୟକ୍ରମକୁ ଡ଼ାକକୋଟା ଗ୍ରାମର ସ୍ବାମୀ ବିବେକାନନ୍ଦ ଯୁବକ ସଂଘ କମିଟିର ସଭାପତି ଆଶିଷ କୁମାର ମାଝୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିବା ଏହି ଉତ୍ସବ ବା ଯାତ୍ରାରେ ଡ଼ାକକୋଟା ୱାର୍ଡ ମେମ୍ବର କର୍ମ ସିଂହ ମାଝୀ ସାଂସ୍କୃତିକ ମଞ୍ଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କଂଗ୍ରେସ ଦଳର ବରିଷ୍ଟ ନେତ୍ରୀ ଦ୍ରୌପଦୀ ମାଝୀ, ବ୍ଲକ୍ ଅଧ୍ଯକ୍ଷ ଦୟାନିଧି ମାଝୀ, ଗୋପାଳପୁର ସମିତି ସଭ୍ୟ ସଂଯୁକ୍ତା ନାୟକ, ହରପ୍ରସାଦ ନାୟକ ପ୍ରମୁଖ ଯୋଗଦେଇଥିଲେ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚକୁ ବୀର ବଜରଙ୍ଗ ଚାରୁମଜୁନ୍ଦାର ନାଏକ, ଦିବାକର ନାଏକ, ଆଶ୍ୱିନ ମାଝୀ ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ଆଖପାଖ ଅଂଚଳର ୩୫ ଟି କଳାକାର ଦଳ ଅଂଶଗ୍ରହଣ କରିଥିବା ନୃତ୍ୟ ପ୍ରତିଯୋଗିତାରେ ବାସୁଦେବ ନାଏକ, କାଳିଆ ହଂସ, ପ୍ରମୋଦିନି ମାଝୀ ବିଚାରକ ଭାବରେ କାର୍ଯ୍ଯ ତୁଲାଇ ଥିଲେ।