ଡିଏମଏଫ୍ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ଡାଟାଏଣ୍ଟ୍ରି ତାଲମ ସେଣ୍ଟର୍ ଉଦଘାଟନ l
ଥୁଆମୂଳ ରାମପୁର,୩୦/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ଠାରେ ଶନିବାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ, କଳାହାଣ୍ଡି ଜିଲ୍ଲାପ୍ରଶାସନ ଏବଂ ମହାନଦୀ କୋଲ୍ ଫିଲ୍ଡ (ଏମ ସି ଏଲ) ଆଣ୍ଡ ନେସନାଲ ବେକ୍ୱର୍ଡ କ୍ଲାସ ଫାଇନାନ୍ସିଆଲ୍ ଡେଭଲପମେଣ୍ଟ କର୍ପୋରେସନ (ଏନ ବି ସି ଏଫ ଡି ସି) ପକ୍ଷରୁ ଡାଟା ଏଣ୍ଟ୍ରି ଅପ୍ରେଟର ଟ୍ରେନିଂ ସେଣ୍ଟର ଉଦ୍ଘାଟନ ହୋଇଯାଇଛି l ଏଥିରେ ବ୍ଲକ୍ ର ୨୪ ଗୋଟି ଗ୍ରାମପଞ୍ଚାୟତ ର ଶିକ୍ଷତ ଯୁବକ ଯୁବତୀ ମାନଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ପ୍ରୟାସ କରି ଏହି ଟ୍ରେନିଂ ସେଣ୍ଟର ର ଶୁଭ ଉଦ୍ଘାଟନ କରାଯାଇଥିବା ସେଣ୍ଟର ପକ୍ଷରୁ ସୂଚନା ମିଳିଥିବା ବେଳେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ତାଲିମ ଦେବା ନେଇ ତାଲିମ କେନ୍ଦ୍ର ଗୁଡିକ ଖୋଲାଯାଇ ତାଲିମ ପ୍ରଦାନ କରାଯାଉଥିବା ବେଳେ ଥୁଆମୂଳ ରାମପୁର ମୁଖ୍ଯାଳୟ ଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ
ଡି ଏମ ଏଫ୍ ଦ୍ଵାରା ଏହି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି l

ଏହି ପରିପ୍ରେକ୍ଷୀରେ ଦକ୍ଷତା ବୃଦ୍ଧି ସହ ତାଲିମ କେନ୍ଦ୍ରରେ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରୁଥିବା ବେଳେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ଡାଟାଏଣ୍ଟ୍ରି ଅପରେଟର, ପଣ୍ୟାଗାର ସହଯୋଗୀ, ହାଇଡ୍ର କ୍ରେନ୍ ଚାଳକ, ସିଲେଇ ମେସିନ୍ ଚାଳକ, ବୁଲ୍ଡୁଜର ଚାଳକ, ଏକ୍ସକ୍ୟାଭେଟର (ଜେସିବି) ଚାଳକ ଭଳି ବିଭିନ୍ନ ତାଲିମ ପ୍ରଦାନ କରିବା ନେଇ ଏହି ସେଣ୍ଟର୍ ସୁଭାରମ୍ଭ କରାଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ମହାବିଦ୍ୟାଳର ଅଧ୍ଯକ୍ଷ ସତ୍ଯନାରାୟ ମୁଣ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସିଇଇ ଡିଏମଏଫ ହିମାଂଶୁ ନାଏକ, ଥୁଆମୂଳ ରାମପୁର ଡିଗ୍ରୀ କଲେଜ ଅଧ୍ଯକ୍ଷ ସମୀର ରଞ୍ଜନ ସାହୁ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଭାଉଦ୍ଘଟାନ କରିଥିବା ବେଳେ ଜିଲ୍ଲା ଦକ୍ଷତା ମୁଖ୍ୟ ମନୋଜ କୁମାର ପଣ୍ତା, ତାଲିମ କେନ୍ଦ୍ର ଡାଇରେକ୍ଟର ଟିତନ ସାହୁ, ମୋବାଇଲିଜର ମଙ୍ଗଳ ସିଂ ମାଝୀ, ଅର୍ଜୁନ ମାଝୀ, ଟ୍ରେନର ଜାନକୀ ନାଏକ ପ୍ରମୁଖ ସହଯୋଗ କରିଥିଲେ।