ତାରାପଦର ଓ ନୁନରେଶ ମୁଖ୍ୟ ରାସ୍ତା ବେହଲ : ଲୋକେ ହନ୍ତସନ୍ତ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ l

ଥୁଆମୂଳ ରାମପୁର,୧୩/୧୦-(ଦୁର୍ଗା କୀର୍ତ୍ତି):- ଦେଶ ସ୍ବାଧୀନତାର ୭୯ ବର୍ଷ ଅତିକ୍ରମ କରିଛି ହେଲେ ଆଜି ମଧ୍ୟ ଲୋକେ ବିଭିନ୍ନ ମୌଳିକ ସୁବିଧା ପାଇବାରେ ବଞ୍ଚିତ ରହିଛନ୍ତି, ଲୋକଙ୍କ ପାଇଁ ରାସ୍ତାଘାଟ, ପାନୀୟ ଜଳ ବିଦ୍ଯୁତ, ଶିକ୍ଷା ଭଳି ଅନେକ ଅସୁବିଧା ଲାଗିରହିଛି। ଏହି ସବୁ ଅସୁବିଧା ନେଇ ଅଞ୍ଚଳବାସୀ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ଗୁହାରି ଜଣାଇ ଆସୁଥିବା ସତ୍ତ୍ୱେ କୌଣସି ସୁଫଳ ମୁଳୁନଥିବା ଜଣାପଡେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଥିବା ବେଳେ ତାହା ବାଟବଣା ହେଉଥିବା ନଜିର ରହିଛି, ସ୍ଥାନୀୟ ଜନପ୍ରତିନିଧି ଏଦିଗରେ କୌଣସି ପ୍ରକାରେ ଲୋକଙ୍କ ଗୁହାରି ଶୁଣୁନ ଥିବା ଗୁରୁତର ଅଭିଯୋଗ ସମ୍ମାନକୁ ଆସୁଛି, ହେଲେ ଗରିବ ଲୋକ କରିବେ କଣ ଏନେଇ ବୁଦ୍ଧିଜୀବୀ ମହଲରେ ଆଲୋଡନା ସୃଷ୍ଟି କରୁଛି। ଏଭଳି ସମସ୍ୟା ଘେରରେ ଜୀବନ ଜୀଉଁଛନ୍ତି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ର ତଲ ଆମ୍ବ ପଦର ଗ୍ରାମ ପଞ୍ଚାୟତ ସ୍ଥିତ ନୁନରେଶ ଓ ତାରା ପଦର ଗ୍ରାମରେ l

ଏହି ନୁନରେଶ ଗ୍ରାମ ଠାରେ ସର୍ବମୋଟ ୨୫ ରୁ ୩୦ ପରିବାର ବସବାସ କରୁଥିବା ବେଳେ ତାରା ପଦର ରେ ୬୦ ରୁ ୬୫ ପରିବାର ବସବାସ କରୁଛନ୍ତି, ନୁନରେଶ ଗ୍ରାମରେ ସରକାରଙ୍କ ପକ୍ଷରୁ ଗୋଟିଏ ମାତ୍ର ନଳକୂପ ଅଛି ହେଲେ ତାହା ମଧ୍ୟ ଅଚଳ ଅବସ୍ଥାରେ ପଡ଼ିରହିଛି, ଏହାଫଳରେ ଲୋକେ ନଈ ନାଳ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି, ଉକ୍ତ ଗାଁ ରେ ବିଦ୍ୟାଳୟ ଓ ଅଙ୍ଗନୱାଡି ସମେତ ବିଜୁଳି ସାତ ସପନ ସାଜିଛି, ସେହିଭଳି ତାରା ପଦର ଗାଁରେ ଗୋଟିଏ ନଳକୂପ ଏବଂ ଗୋଟିଏ କୂଅରେ ନିର୍ମିତ ନଳକୂପ ସ୍ଥାପନ ହୋଇଥିବା ବେଳେ ସେଥି ମଧ୍ଯରେ ଗୋଟିଏ ନୂଳ କୂଅ ଅଚଳ ହୋଇ ପଡ଼ିଛି, ଯାହାକି ମାଝୀ ପଡ଼ାରେ ଥିବା ନଳକୂପ କାମ କରୁଥିବା ବେଳେ ହରିଜନ ସାହିରେ ଥିବା ନଳକୂପ ଅଚଳ ରହିଛି, ଫଳରେ ଏଠାରେ ମଧ୍ୟ ଲୋକେ ନଈ ନାଳ ପାଣି ଉପରେ ନିର୍ଭର କରୁଛନ୍ତି, ଠିକ୍ ସେତିକିରେ ଦୁଃଖ ସରିଲା ନାହିଁ ରାୟଗଡ଼ା ଜିଲ୍ଲା ସୀମାନ୍ତ ମୁଖ୍ୟ ରାସ୍ତା ଠାରୁ ତାରା ପଦର ପର୍ଯ୍ୟନ୍ତ ରାସ୍ତା ଗତ ୨ ତାରିଖର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ପାହାଡରୁ ବଡ ବଡ ପଥର ଖସିବା ସହିତ ମାଟି ଅତଡ଼ା ଖସି ରାସ୍ତାଘାଟ ମରଣ ଯନ୍ତା ପାଲଟିଛି। ଠିକ୍ ସେଭଳି ସେଭଳି ଖାକେଶ – ନୁନରେଶ ରାସ୍ତା ମୁଖ୍ୟ ମଧ୍ୟ ବର୍ଷା ପାଣିରେ ରାସ୍ତା ମଝିରେ ବଡ଼ ନାଳ ସଦୃଶ୍ୟ ଖାଳ ସୃଷ୍ଟି ହୋଇଛି, ଯେଉଁଠି ପାଇଁ ଶୋଚନୀୟ ହୋଇ ପଡ଼ିଛି ନୁନରେଶ ମୁଖ୍ୟ ରାସ୍ତା l ସେହି ରାସ୍ତାକୁ ଗତ ୨୦୨୨ -୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ମାଧ୍ୟମରେ ମାଟି ରାସ୍ତା ନିର୍ମାଣ କରାଯାଇଥିଲା ହେଲେ ଏହି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାସ୍ତା ଧୋଇ ଦେଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ତେବେ ଏହି ଅଞ୍ଚଳର ଖାକେଶ, ନୁନରେଶ, ତାରାପଦର ଗାଁ ରାସ୍ତା କୁ ମନରେଗା ଯୋଜନା ମାଧ୍ୟମରେ ନ କରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳ ବାସୀଙ୍କ ଅନେକ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ତଥା ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ କିମ୍ବା ବିଡ଼ିଓ, ଜିଲ୍ଲା ପ୍ରଶାସନ କେହି ମଧ୍ଯ ଶୁଣ ନଥିବା ବିଷୟରେ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l ଏନେଇ ସ୍ଥାନୀୟ ସରପଞ୍ଚ ପ୍ରକାଶ ମାଝୀଙ୍କୁ ପଚାରିବାରୁ ଆମ ପାଖରେ ମନରେଗା ଯୋଜନା ମାଧ୍ୟମରେ ନୁନରେଶ ଏବଂ ତାରାପଦର କୁ ମାଟି ରାସ୍ତା କାମ କରିବା ପାଇଁ ୨୦ ରୁ ୫୦ ଲକ୍ଷ ଟଙ୍କାର ପାଣ୍ଠି ଅଛି ଆମେ ଆଗାମୀ ଦିନରେ ଯାହା କରାଯାଇ ପାରିବ ତାହାର ସେ ବ୍ୟବସ୍ଥା କରିବୁ ବୋଲି କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଶମ୍ଭୁ ପ୍ରସାଦ କେଙ୍ଗୁଆ କହିଛନ୍ତି ଘଟଣାର ଅନୁଧ୍ୟାନ କରି କଣ କରାଯାଇ ପାରିବ ସେ ନେଇ ଉପରାସ୍ତ ଅଧିକାରୀଙ୍କୁ ରିପୋର୍ଟ ଦେବୁ ବୋଲି କହିଛନ୍ତି l ତେବେ ଅଞ୍ଚଳ ବାସୀଙ୍କ ମୁଖ୍ୟ ଦାବି ହେଉଛି ପ୍ରଥମେ ଏକ ଭଲ ରାସ୍ତାର ନିର୍ମାଣ ବ୍ୟବସ୍ଥା କରନ୍ତୁ ଭଲ ରାସ୍ତା ନାହିଁ ବୋଲି ଆମ ପିଲାଛୁଆ ବିଦ୍ୟାଳୟ ଯିବାକୁ ଭାରି ମୁସ୍କିଲ ହୋଇ ପଡ଼ିଛି, ଏହାସହିତ ରାସ୍ତା ନାହିଁ ତେଣୁ ନଳକୂପ ଖନନ ଗାଡି ମଧ୍ୟ ଆସି ପାରୁନାହିଁ, ରାସ୍ତା ବୋଲି ବିଜୁଳି ଆସିପାରୁ ନାହିଁ, ରାସ୍ତା ନାହିଁ ବୋଲି ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ହେଉ ନାହିଁ ଏଣୁ ପ୍ରଶାସକ ପ୍ରଥମେ ଭଲ ରାସ୍ତା ର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି l ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାର ପରେ ଜିଲ୍ଲା ପ୍ରଶାସନ ତଥା ବ୍ଲକ୍ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି l