ତାଳୁକ ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ୍ ସହାୟତା ସଚେତନତା ଶିବିର।
ଥୁଆମୂଳ ରାମପୁର,୧୮/୦୫(ଦୁର୍ଗା କୀର୍ତ୍ତି):- ସରକାର ଙ୍କ ତରଫରୁ ଆଇନ ଓ ଏହାର ନିୟମ କାନୁନ ଲୋକଙ୍କ ପାଖରେ କେଉଁ ପ୍ରକାରେ ପହଞ୍ଚିବ ସେହି ଉଦେଶ୍ୟରେ ରବିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସ୍ଥାନୀୟ ଗ୍ରାମପଞ୍ଚାୟତ ନିକଟସ୍ଥ ପଖୋରା ଗ୍ରାମରେ
ଏକ ଆଇନ ସଚେତନତା ଶିବିର ତାଳୁକ ଆଇନ ପ୍ରାଧିକରଣ ସେବା ମାଧ୍ୟମରେ ଥୁଆମୂଳ ରାମପୁର ଜେଏମଏଫସି କୋର୍ଟଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏଥିରେ ଗ୍ରାମ ର ପୁରୁଷ, ମହିଳାଙ୍କ ସମେତ ଯୁବକ ଛାତ୍ର ବରିଷ୍ଠ ନାଗରିକ ଉପସ୍ଥିତ ଥିବା ସହ ଜେଏମଏଫସି କୋର୍ଟ ର ବିଚାରପତି ସୋମେଶ ସମ୍ୟଜିତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଶିବିରରେ ଯୁବ ଆଇନ ଯିବି ତଥା ଓକିଲ ସଙ୍ଘ ର ସମ୍ପାଦକ ମନୋରଞ୍ଜନ ନାଏକ, ପେସ୍କାର ପ୍ରହଲ୍ଲାଦ ସୁନାନୀ, କ୍ଲର୍କ ଜିମି ବେହେରା, ଉପସ୍ଥିତ ରହି ଲୋକ ମାନେ କେମିତି ପ୍ରକାର ଆଇନର ସହାୟତା ପାଇ ପାରିବେ ତାହା ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ ଅବଗତ କରାଯାଇଥିଲା l

ଏହା ସହିତ ଲୋକେ ଆଇନ କୁ କେମିତି ଲୋକଙ୍କ ପାଖରେ ପହଞ୍ଚେଇବେ ବା ସଠିକ୍ ସାମ୍ବିଧାନିକ ଆଇନ ପାଇ ପାରିବେ ସେଥିପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲଫ୍ରି ନମ୍ବର ୧୫୧୦୦କୁ ଫୋନ୍ କରି ଲୋକେ କୋର୍ଟ ର ସହାୟତା ନେଇ ପାରିବେ ବୋଲି ମାଜିଷ୍ଟ୍ରେଟେ ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ।