ତୁରୁମୁଙ୍ଗା ଡିଗ୍ରୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ରିପୋର୍ଟ;- ବିଜୟ କୁମାର ମହାନ୍ତ

ପାଟଣା:- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଗୁରୁବାର ଦିନ ରକ୍ତ ଦାନ ଶିବିର ପାଇଁ ସମ୍ବାଦ ଆମ ଓଡ଼ିଶା ତରଫରୁ ଏକ ପ୍ରସୂତି ବୈଠକ ର ଆୟୋଜନ କରାଯାଇଥିଲା।

ଉକ୍ତ ବୈଠକରେ ସମ୍ବାଦ ପ୍ରତିନିଧି ମହେଶ୍ୱର ପୁଷ୍ଟି ସଂଯୋଜନା କରିଥିବା ବେଳେ ଡିଗ୍ରୀ ମହାବିଦ୍ୟାଳୟ ର ପ୍ରଧାନ ଅଧ୍ୟକ୍ଷ ଡ. ତ୍ରୋଲକ୍ୟ କୁମାର ପରିଡା , ଅଧ୍ୟାପକ ତ୍ରିନାଥ ମହାନ୍ତ, ପଦ୍ମଲଚନ ସାହୁ, ଅଜୟ କୁମାର ବେହେରା, ଉପସ୍ଥିତ ରହିଥିଲେ। ସର୍ବ ସମତିକ୍ରମେ ଚଳିତ ମାସ ୧୨ ତାରିଖ ଦିନ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ରକ୍ତଦାନ ମହା ପୁଣ୍ୟ ତେଣୁ ପ୍ରତ୍ୟକ ତିନିମାସ ବ୍ୟବଧାନ ରେ ପୁରୁଷ ମାନେ ଓ ୬ ମାସ ବ୍ୟବଧାନ ରେ ମହିଳା ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିବା ଭଲ ଏବଂ ରକ୍ତଦାନ କଲେ ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ବୋଲି ଡାକ୍ତର ସୁଭାଷ କର ସୂଚନା ଦେଇଥିଲେ। ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ରୋଜାଲିନ ରଣା, ଲିନା ନାୟକ, ଜୟଶ୍ମିତା ଜେନା, ଅଧ୍ୟାପକ ଜଗତ ଜନନୀ ଜେନା , ଦେବକୀ ନନ୍ଦନ ସାହୁ ଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ଆଜିର କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।