ତୁରୁମୁଙ୍ଗା ଦଧିବାମାନ ଡିଗ୍ରୀ ମହାବିଦ୍ୟାଳୟ ରକ୍ତ ଦାନ ଶିବିର ୩୧ୟୁନିଟ ସଂଗୃହିତ
ପାଟଣା:(ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଟଣା ସମ୍ବାଦ ଆମ ଓଡିଶା ସଂଯୋଜକ ମହେଶ୍ୱର ପୁଷ୍ଟି ଙ୍କ ସଂଯୋଜନା ରେ ଏକ ସ୍ଵେଚ୍ଛାକୃତ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦାନ କରି ଶିବିରକୁ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସୁଲେଖା ନାଏକ, ପ୍ରମୁଖ ଯୋଗଦେଇ ରକ୍ତଦାନ ଏକ ମହତ ଦାନ ବୋଲି କହିଥିଲ ଓ ଏହି ମହତ କାର୍ଯ୍ୟ ପାଇଁ ଆୟୋଜକ ଶିବିରକୁ ପ୍ରଶଂସା କରିଥିଲେ। ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ତ୍ରୋଲକ୍ୟ କୁମାର ପରିଡା , ଅଧ୍ୟାପକ ତ୍ରିନାଥ ମହାନ୍ତ, ପଦ୍ମଲଚନ ସାହୁ, ଅଜୟ କୁମାର ବେହେରା, ଅଧ୍ୟାପିକା ରୋଜାଲିନ ରଣା, ଲିନା ନାୟକ, ଜୟଶ୍ମିତା ଜେନା, ଜଗତ ଜନନୀ ଜେନା , ଦେବକୀ ନନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ l କେନ୍ଦୁଝର ରକ୍ତ ଭଣ୍ଡାରର ଲକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଗୌରୀ ଶଙ୍କର ମଲିକ,ତପନ କୁମାର ନାୟକ, ଶଙ୍କରଷଣ ନାୟକ, ବସନ୍ତ ସେଠୀ, ସେହିପରି ବିଜେପି କର୍ମୀ ଦୀପକ କୁମାର ସାହୁ, ଚିକୁ ମିଶ୍ର, ବରଣ ସାହୁ, ବୁଲା ସାହୁ,ହୃକେଶ ସାହୁ,ଲିପୁନ ସେଠୀ,ଗୁଲେଖ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ. ଏହି ମେଗା ଶିବିରରୁ ମୋଟ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା l