ତୁରୁମୁଙ୍ଗା ବିଜେପି କାର୍ଯ୍ୟାଳୟରେ ପାଟଣା ବିଧାୟକ ଙ୍କ ଜନ୍ମଦିନ ପାଳନ

ପାଟଣା:(ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ପାଟଣା ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଜନ୍ମଦିନ ପାଳନ କରିଛନ୍ତି। ବିଧାୟକ ଙ୍କ ୬୫ ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ବୁଧବାର ଦିନ ତୁରୁମୁଙ୍ଗା ସ୍ଥିତ କଲ୍ୟାଣୀ ମଣ୍ଡପରେ ଶତାଧିକ ବିଜେପି କର୍ମୀ ମାନେ ଜନ୍ମଦିନ ପାଳନ କରିଥିଲେ। ସନ୍ଧ୍ୟାରେ ସମୟରେ ଶତାଧିକ ଦଳୀୟ କର୍ମକର୍ତା ତୁରୁମୁଙ୍ଗା ବିଜେପି କାର୍ଯ୍ୟାଳୟ ରେ ବିଧାୟଙ୍କ ଜନ୍ମ ଦିନ ପାଳନ କରିଥିଲେ।

କାର୍ଯ୍ୟକ୍ରମ ରେ ବିଜେପି କର୍ମୀ ହୃଷିକେଶ ସାହୁ,ନାଗେଶ୍ୱର ମହାରଣା, ଜଳଧର ସାହୁ, ପ୍ରିୟ ବ୍ରତ କମଳ, ଦୀପକ କୁମାର ସାହୁ, ଅରୁଣ କୁମାର ସାହୁ, ଲିଙ୍ଗରାଜ ସିଂହ, ପିତାମ୍ବର ନାଏକ, ଇନ୍ଦ୍ରଜିତ ସାହୁ, ଗୋଲଖ ବିହାରୀ ସାହୁ, ଦେବରାଜ ନାଏକ, ମିତ୍ର ଭାନୁ ନାଏକ, ବରୁଣ କୁମାର ସାହୁ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଜନ୍ମ ଦିନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।