ଥୁଆମୁଳ ରାମପୁର : ତନ୍ତ୍ର ମନ୍ତ୍ରର ମୂଳପୀଠ ଠାରେ ମାଁ ମାଣିକେଶ୍ବରୀ ଏବଂ ଭୈରବ ଦେବଙ୍କ ଗଦିଆ ବସା ପର୍ବ ଅନୁଷ୍ଠିତ I
ଥୁଆମୂଳ ରାମପୁର,୦୯/୦୯-(ଦୁର୍ଗା କୀର୍ତ୍ତି) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ମୂଳ ପୀଠ ତନ୍ତ୍ର ମନ୍ତ୍ର ର ଶକ୍ତି ପୀଠ ଥୁଆମୂଳ ରାମପୁର ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ ଧାମରେ ବିଜେ ଦେବୀ ମାଁ ମାଣିକେଶ୍ବରୀ ଏବଂ ବାବା ଅଗ୍ନି ଭୈରବ ଦେବଙ୍କ ଗଦିଆ ବସା ପର୍ବ ସୋମବାର ଭାଦ୍ରବ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ର ଅନୁଷ୍ଠିତ ହୋଇଯାଇଛି l ଉଭୟ ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ଦେବଙ୍କ କାଳିସୀ ଦେହରେ ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ସବାର ହେଇଥିଲେ। ଏହାପରେ ପାରମ୍ପରିକ ବାଜା ସହ ନଗର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ଭୈରବ ଦେବଙ୍କ ପୀଠ ସମ୍ମୁଖରେ ଉଭୟ ଦେବା ଦେବୀଙ୍କର କାଳିସୀ ପହଞ୍ଚିବା ପରେ ଗଦିଆ ବସା ପର୍ବ ବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପରମ୍ପରା ଅନୁସାରେ ଗତ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ବାଲି ଯାତ୍ରା ପାଇଁ ବାଲି ସଂଗ୍ରହ ବା ବାଲି କଢ଼ା ଯାଇଥିବା ବେଳେ ସୋମବାର ଏହାର ଦ୍ୱିତୀୟ ପର୍ବ ଗଡିଆ ବସା ହୋଇଥିଲା l

ଏହି ଗଡିଆ ବସା ପର୍ବର ମହତ୍ତ୍ଵ ହେଲା ଉଭୟ ଦେବୀ ମାଁ ମାଣିକେଶ୍ଵରୀ ଏବଂ ମହାକାଲ ବାବା ଅଗ୍ନି ଭୈରବ ଦେବଙ୍କ କାଳିସୀ ଜାଇ ଦୁଇଟି ଜଳଭର୍ତି (ପୂର୍ଣ୍ଣ) ମାଟି ତିଆରି କଞ୍ଚା ହାଣ୍ଡି ରେ ବସି ନିଜର ମହିମା ଭକ୍ତଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି, ଯାହା ଗଡିଆ ବସା ଭାବେ ଭକ୍ତଙ୍କ ନିକଟରେ ପରିଚିତ l ସୋମବାର ସକାଳୁ ଦେବୀଙ୍କ ମୁଖ୍ୟ ପୂଜକ ତାପସ କୁମାର୍ ରାୟଗୁରୁ ଦେବୀଙ୍କ ବିଭିନ୍ନ ଉପଚାରରେ ପୂଜା କରିଥିଲେ ଏବଂ ଏହା ପରେ ଅନ୍ୟ ପୂଜକ ମାନେ ମଧ୍ୟ ରୀତି ନୀତି ଅନଯାୟୀ ପୂଜାପାଠ କରିବା ପରେ ଅପରାହ୍ନରେ ଦେବୀଙ୍କ କାଳିସୀ ଶରତ ବୁଝରି ଏବଂ ଭୈରବ ଦେବଙ୍କ କାଳିସୀ ଯୁବକ ଲାଲ ପରିଛା ଙ୍କ ଦେବାରେ ଦେବୀ ଆବିର୍ଭାବ ହେବା ପରେ ପାରମ୍ପରିକ ବାଜା ସହ ନଗର ପରିକ୍ରମା କରି ଭକ୍ତଙ୍କ ଆଗରେ ନିଜର ମହିମା ପ୍ରଦର୍ଶନ କରିଥିଲେ l ଏବଂ ଦୁଇ କାଳିସୀ ଭୈରବ ଦେବଙ୍କ ପୀଠ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ଯାହା ମାଟି ହାଣ୍ଡି ଗଡିଆରେ ସନ୍ଧ୍ୟା ୬ଟା ବେଳେ ବିରାଜମାନ ହୋଇ ଭକ୍ତଙ୍କ ନିକଟରେ ପରିଚୟ ଦେଇଥିଲେ l ଶାନ୍ତି ଶୃଙ୍ଖଳାର ସହ ଏହି ପର୍ବ ସମାପନ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ଦିନ ବାଲିଯାତ୍ରା ବା ବାବା ଭୈରବ ଦେବଙ୍କ ଅଗ୍ନି ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି l