ଥୁଆମୁଳ ରାମପୁର ବ୍ଳକର ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଗଣେଶ ଚତୁର୍ଥୀ ମହାସମାରୋହରେ ପାଳିତ ହୋଇଯାଇଛି l
ଥୁଆମୁଳ ରାମପୁର,୦୭/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ବାବା ଗଜାନନଙ୍କ ପବିତ୍ର ଗଣେଶ ଚତୁର୍ଥୀ ବା ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ସେହିପରି ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏନେଇ ସ୍କୁଲ, କଲେଜ, ଯୁବ ଅନୁଷ୍ଠାନ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆନନ୍ଦ ଉଲ୍ଲାସର ଓ ଭକ୍ତି ସହକାରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି।