ଥୁଆମୂଳ ରାମପୁରରେ ଜାତୀୟ ପ୍ରେସ୍ ଦିବସ ପାଳିତ l
ଥୁଆମୂଳ ରାମପୁର,୧୬|୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତୀଶ କୁମାର ଝା ଓ ଥୁଆମୂଳ ରାମପୁର ଥାନାର ଏ.ଏସ୍.ଆଇ ଭାସ୍କର ଖୋସ୍ଲା ପ୍ରମୁଖ ଉପସ୍ଥିତ ରହିଥିଲେ l ଥୁଆମୂଳ ରାମପୁର ବ୍ଲକ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାମ୍ବାଦିକ ମୋହନ ସାଗର। ସମସ୍ତଙ୍କ ପରିଚୟ ପ୍ରଦାନ ପରେ ଅତିଥି ଗଣ ସମ୍ପ୍ରତି ସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ନିର୍ଭୀକ ତଥା ନିରପେକ୍ଷତା ଜରୁରୀ। ସାମାଜିକ ପରିବର୍ତ୍ତନ ପାଇଁ ଗଣମାଧ୍ୟମର ବିଶେଷ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ମୁଦୁଲି କହିଥିଲେ।ଏଥିସହିତ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜନିଜ ଅଭିଭାଷଣ ରଖିଥିଲେ। ପ୍ରଶାସନ ଏବଂ ଗଣମାଧ୍ୟମ ମଧ୍ୟରେ କିଭଳି ସମନ୍ବୟ ଭାବ ରହିବ ସେଥିପ୍ରତି ପ୍ରଶାସନର ମଧ୍ୟ ବିଶେଷ ଦାୟିତ୍ୱ ରହିଛି ବୋଲି ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକର କାର୍ଯ୍ୟରତ ସାମ୍ବାଦିକ କୈଳାସ ଚନ୍ଦ୍ର ଛତ୍ରିଆ, ମୋହନ ସାଗର,ବୀର ବଜ୍ରଙ୍ଗ ଚାରୁ ମଜୁମଦାର ନାଏକ, ଭାନୁପ୍ରତାପ ମୁଣ୍ଡ, ସୁଶାନ୍ତ ନାଏକ(ଟିକ୍ରାଗୁଡା),ସଲମାନ ନାଏକ, ପରୀକ୍ଷିତ ନାଏକ, ଶଶିଧର ନାଏକ, ପ୍ରଶାନ୍ତ ନାଏକ, ହିତେଶ୍ କୁମାର ନାଏକ, ଈଶ୍ୱର ନାଏକ ଏବଂ ସୁଶାନ୍ତ ନାଏକ (ତୁକୁଗୁଡା) ପ୍ରମୁଖ ଉପସ୍ଥିତ ଥିଲେ।