ଥୁଆମୂଳ ରାମପୁର ଅବକାରୀ ବିଭାଗ ଅଧିକାରୀଙ୍କ ମର୍ଜିରେ ଚାଲିଛି ଅବକାରୀ ଥାନା : ପ୍ରାୟ ଦିନ ଅଫିସ ଭିତର ବାହାର ତାଲା I

ଥୁଆମୂଳ ରାମପୁର, ୧୭/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ରେ ଥିବା ଅବକାରୀ ଥାନା ବାହାର ଓ ଭିତର ଗେଟ୍‌ରେ ପ୍ରାୟ ଦିନ ହେବ ତାଲା ଝୁଲୁଛି। ଉକ୍ତ ଥାନାରେ ମୋଟ ୩ ଜଣ କର୍ମଚାରୀ ଅଛନ୍ତି ସେଥି ମଧ୍ୟରୁ ଜଣେ ସବ୍‌ ଇନ୍ସପେକ୍ଟର, ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଆଉ ଜଣେ କନେଷ୍ଟବଳ ନିଯୁକ୍ତିରେ ଅଛନ୍ତି l ହେଲେ ପ୍ରାୟ ଦିନ ଏମିତି ଥାନା ତାଲା ଝୁଲୁଥିବା ଦେଖିବାକୁ ମିଳୁଛି l ତେବେ ସରକାର ଚୋରା ମଦ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ଥୁଆମୂଳ ରାମପୁର ଅବକାରୀ ଥାନା ଅଞ୍ଚଳର ଅନେକ ଗ୍ରାମାଞ୍ଚଳ ମାନଙ୍କରେ ମାଳ ମାଳ ଚୋରା ମଦଭାଟି ସାଙ୍ଗକୁ ଗାଁଗାଁରେ ଚୋରା ମଦ କାରବାର ଚାଲିଛି। ଏପରିକି ବ୍ଲକ୍ ର ୨୪ ଗୋଟି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଛକ ବଜାର ରେ ସହଜରେ ଦେଶୀ ଓ ବିଦେଶୀ ମଦ ମିଳି ଯାଉଥିବାରୁ ଏହା ଅସଲି କି ନକଲି ନବୁଝି ଗ୍ରାହକ ତାକୁ କିଣି ପିଇବାରେ ହେଳା କରୁନାହାନ୍ତି। ଥୁଆମୂଳ ରାମପୁର ମୁଖ୍ୟାଳୟ ର ଚିରକେଲଗୁଡ଼ା ଗ୍ରାମର ମୁଖ୍ୟ ଛକ ନିକଟରୁ ଅତୀତରେ ଭବାନୀପାଟଣା ସ୍ଥିତ ୫ ନମ୍ବର ବିଦେଶୀ ମଦ ଦୋକାନ ରୁ ଥୁଆମୂଳ ରାମପୁର ସ୍ଥିତ ବିଦେଶୀ ମଦ ଦୋକାନ କୁ ନକଲି ବିଦେଶୀ ମଦ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଥୁଆମୂଳ ରାମପୁର ପୋଲିସ ସୂଚନା ପାଇ ଉକ୍ତ ସ୍ଥାନରେ ଚଡ଼ାଉକରିଥିଲା ଏବଂ ବିପୁଳ ପରିମାଣର ମଦ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇଥିବାବେଳେ ଥୁଆମୂଳ ରାମପୁର ଅବକାରୀ ଥାନା ସ୍ଥାପନର ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସାଧିତ ହୋଇଛି ବୋଲି ସଚେତନ ନାଗରିକ ମାନେ ପ୍ରଶ୍ନ ଉଠାଇଛନ୍ତି।

କେବଳ ମଝିରେ ମଝିରେ ଛୋଟ ମୋଟ ମଦ ବିକ୍ରେତା ମାନଙ୍କୁ ଧରି ବିଭାଗ ତୁଚ୍ଛା ବାହାବାହା ନେଉଥିବାବେଳେ ଏବେ ତାହା ମଧ୍ୟ ବନ୍ଦ ହୋଇଗଲା ଭଳି ଅନୁଭବ ହୋଇଛି। ଯାହା ଫଳରେ ଡୁମେରପଦର, ମହୁଲପାଟଣା , ଗୋପାଳପୁର, କାଣିଗୁମା, ଗୁଣୁପୂର୍, କେରାପାଇ ଭଳି ଆଦି ଗ୍ରାମାଞ୍ଚଳରେ ଚୋରା ମଦ ବିକ୍ରେତାଙ୍କ ପ୍ରାଦୁର୍ଭାବ ଏବେ ଢେର ବଢିଥିବା ଦେଖା ଯାଉଛି। ଏନେଇ ଅବକାରୀ ଥାନା ସବ୍‌ ଇନ୍ସପେକ୍ଟର ରିଙ୍କୁ ଧରୁଆ ଙ୍କୁ ପଚାରି ବୁଝିବାରୁ ଆମ ଥାନାରେ ଷ୍ଟାଫ୍ ଅଭାବରୁ ଏହି ଅବସ୍ଥା ହେଉଛି ଏଣୁକରି ମୁ ମଧ୍ୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅନ୍ୟତ୍ର ବଦଳି ମାଗି ମୋ ନିଜ ଅଞ୍ଚଳକୁ ବଦଳି ହେଲି ବୋଲି ଶ୍ରୀ ଧରୁଆ କହିଥିଲେ l ବର୍ତ୍ତମାନ୍ ଏହି ଅବକାରୀ ଥାନାରେ ଜଣେ ମହିଳା ନୂଆଁ ଓଆଇସି ନିଯୁକ୍ତି ହୋଇଥିବା ଯାହା ସୂଚନା ରହିଛି ତାଙ୍କ ନାମ ପ୍ରଶାନ୍ତି ସ୍ୱାଇଁ ।