ଥୁଆମୂଳ ରାମପୁର: ଏମ.ବି.କେ ଓ ସି.ଆରପିଙ୍କ ୬ ମାସର ବକିୟା ଦରମା ଓ ୬ ଦଫା ଦାବି ନେଇ ଗଣଧାରଣା I
ଥୁଆମୂଳ ରାମପୁର,୨୭/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ମିଶନ ଶକ୍ତିରେ କାର୍ଯ୍ଯରତ ଏମ.ବି.କେ, ଓ ସି.ଆର.ପି ଙ୍କ ୬ ମାସର ବକିୟା ଦରମା ଓ ୬ ଦଫା ଦାବି ନେଇ ଏକ ଶୋଭାଯାତ୍ରାରେ ବାହାରି ଥୁଆମୂଳ ରାମପୁର ବ୍ଳକ ସମ୍ମୁଖରେ ଗଣଧାରଣା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ଜରିଆରେ ପ୍ରଭାତୀ ପରିଡା ଉପ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମିଶନ ଶକ୍ତି ବିଭାଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୬ ଗୋଟି କମ୍ଯୁନିଟି କ୍ଯାଡରଙ୍କର ଦରମା ପ୍ରଦାନ ଓ ଅନ୍ଯାନ୍ଯ ସମସ୍ୟା ବିଷୟ ରହିଛି, ତେବେ ମିଶନ ଶକ୍ତି, ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମରେ ସଫଳତା ପାଇଁ ଓଡିଶାରେ ସମ୍ମାନୀୟା ଉପ ମୁଖ୍ୟମନ୍ତ୍ରୀ ମହୋଦୟା ସମଗ୍ର ରାଜ୍ୟରେ ଦୁଷ୍ଟାନ୍ତ ସାଜିଛନ୍ତି, ମହିଳା ସଶକ୍ତି କରଣ ଓ ସେମାନଙ୍କର ସ୍ବାର୍ଥରକ୍ଷା ପାଇଁ ଉଦ୍ୟମ କରିଆସୁଛନ୍ତି, ଗ୍ରାମୀଣ ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ପାଇଁ ବିପୁଳ ଅନୁଦାନ ଯୋଗାଇ ଦିଆଯାଇଛି, ଉକ୍ତ ମହୀଳା ସଶକ୍ତି କରଣ ସାମାଜିକ, ମାନସିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ନେବାରେ ଆମ୍ଭ କମ୍ଯୁନିଟି ସପୋର୍ଟ ଷ୍ଟାପଙ୍କର ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ କାର୍ଯ୍ଯ କରୁଥିଲେ ମଧ୍ୟ କିଛି ଲିଖିତ ଯଥାର୍ଥ ଓ ନ୍ଯାୟ ସଙ୍ଗତ ଦାବୀ ଗୁଡିକ ପୂରଣ ହୋଇପାରିଲା ନାହିଁ। ଏପ୍ରିଲ ୨୦୨୪ରୁ ଏଯାବତ୍ ( ୬ ମାସର) ଦରମା ପାଇ ପାରିଲୁ ନାହିଁ, ଆମ୍ଭେ ଏନେଇ ବାରମ୍ବାର ପ୍ରଶାସନ ବିଭାଗୀୟ ଅଧିକାରୀଙ୍କୁ ଜଣେଇଲେ ମଧ୍ୟ ଆମ୍ଭେ ମାନଙ୍କୁ ଅଣଦେଖା କରାଯାଉଛି, ଏଣୁ ଆପଣଙ୍କ ଗୋଚରାର୍ଥେ ଜଣାଇ ଅଛୁ ତଳ ଲିଖିତ ଦାବି ଗୁଡିକ ତୁରନ୍ତ କାର୍ଯ୍ଯକାରୀ କରାଯାଉ, ତେବେ ସେନେଇ ବିଡିଓ ଶ୍ରୀ ମୁଦୁଲିଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଜଣାଇଛନ୍ତି ତୁରନ୍ତ ଲିଖିତ ଦାବି ଗୁଡିକ ଉପରେ ତୁରନ୍ତ କାର୍ଯ୍ଯକାରୀ କରାଯାଉ ବୋଲି ଜଣାଇଛନ୍ତି l ସେମାନଙ୍କ ଦାବିରେ ଯାହା ଉହ୍ଲେଖ ରହିଛି ଯଥା ସମସ୍ତ କମ୍ଯୁନିଟ୍ ସର୍ପୋଟ ଷ୍ଟାପଙ୍କୁ ସ୍ଥୟୀ ନିଯୁକ୍ତି ଦିଆଯାଉ, କ୍ଯାଡର ମାନଙ୍କର ପାରିଶ୍ରମିକ ୬ ମାସ ହେଲା ଆସି ନାହିଁ, ତାହା ତୁରନ୍ତ ପ୍ରଦାନ କରାଯାଉ, ପ୍ରତ୍ୟେକ ମାସ ଏକ ନିର୍ଦ୍ଦିଷ୍ଟ ତାରିଖରେ ସମସ୍ତ କମ୍ଯୁନିଟ୍ ସର୍ପୋଟ ଷ୍ଟାପଙ୍କର ପାରିଶ୍ରମିକ ତାଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ପ୍ରଦାନ କରାଯାଉ, ମିଶନ ଶକ୍ତିରେ ଘୋଷଣା କରାଯାଇଥିବା ଆଇ କାର୍ଡ ତୁରନ୍ତ ପ୍ରଦାନ କରାଯାଉ, କମ୍ଯୁନିଟ୍ ସର୍ପୋଟ ଷ୍ଟାପଙ୍କର ଗସ୍ତ ଖର୍ଚ୍ଚ ଓ ଫୋନ ବିଲ ବୃଦ୍ଧି କରାଯାଉ, ଯେଉଁ କମ୍ଯୁନିଟ୍ ସର୍ପୋଟ ଷ୍ଟାପ ମାନେ ୬ ବର୍ଷରୁ ଉର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ଯୋଗ୍ଯତା ଅନୁସାରେ ପଦୋନ୍ନତି କରିବାର ବ୍ଯବସ୍ଥା କରାଯାଉ, କମ୍ଯୁନିଟ୍ ସର୍ପୋଟ ଷ୍ଟାପ କାର୍ଯ୍ଯରତ ସମୟରେ ମୃତ୍ୟୁବରଣ କରନ୍ତି କିମ୍ବା ଆକସ୍ମିକ ଦୁର୍ଘଟଣା ହୁଏ ତୁରନ୍ତ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉ, ସି.ଆର.ପି, କେଏମ,ପିଏମ, ଆଇଏସପି, ମାନଙ୍କୁ ଅନଲାଇନ କାର୍ଯ୍ଯ ପାଇଁ ଟ୍ଯାବଲେଟ୍ ପ୍ରଦାନ କରାଯାଉ, ସମସ୍ତ କମ୍ଯୁନିଟି ସର୍ପୋଟ ଷ୍ଟାପ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଉ, କମ୍ଯୁନିଟି ସର୍ପୋଟ ଷ୍ଟାପମାନଙ୍କୁ ଏଫପିଏଫଓ (କର୍ମଚାରୀ ଭବିଷ୍ୟତ ନିଧିପାଣ୍ଠି ) ଏବଂ ମେଡିକାଲ ଚିକିତ୍ସା (ଏଫ,ଏସ ଆଇ) ସହାୟତା ପ୍ରଦାନ କରାଯାଉ, ପ୍ରାଣୀମିତ୍ର ମାନଙ୍କୁ ପଶୁଡାକ୍ତର ଖାନରୁ ଚିକିତ୍ସା ଉପକରଣ ଯୋଗାଇ ଦେବା ସହିତ ପଶୁଚିକିତ୍ସା ( ଡି) ଗ୍ରୃପରେ ସାମିଲ କରାଯିବା ସହ କୃଷିମିତ୍ର ମାନଙ୍କୁ ଏଗ୍ରୀକଲଚର ଓ ହଟିକଲଚର ସହିତ ସଂଯୋଗ କରାଯାଉ, ତେବେ ଏହି ସବୁ ଦାବି ନେଇ ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ l