ଥୁଆମୂଳ ରାମପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ତମ ପ୍ରତିଷ୍ଠା ଦିବସ ପାଳିତ I
ଥୁଆମୂଳ ରାମପୁର,୨୦/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଶୁକ୍ରବାର ୧୦ତମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫାଉଣ୍ଡେସନ (ସ୍ଥାପନ) ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀତାକାନ୍ତ ରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୁରେ ବିଦ୍ୟାଳୟର ଅନ୍ୟ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା – ବିଶ୍ଵନାଥ ହେମ୍ବ୍ରମ, ଆଲୋକ ମହନ୍ତ, ପ୍ରଦୀପ ନାଗ, ସଂଗୀତା ଧୁରୁଆ, ଲିପିଶ୍ରି ବାରିକ୍, ପରମେଶ୍ବର ସାମଲ, ହିମଦ୍ରି ନାୟକ, ରଣଜିତ୍ ସାହୁ, ଲୋହିତ ନାଗ, ନନ୍ଦ ନିଆଲ, ମଳୟ କୁମାର୍ ସରାବୁ, ସଦାନନ୍ଦ ପଣ୍ଡା, ଧରିତ୍ରୀ ବିଭାର, ସୁଜାତା କୋଚିନ୍, ବିକୁ କାଟା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମାଁ ବାଗ୍ ଦେବୀଙ୍କ ଫଟୋ ଚିତ୍ର ଉପରେ ପୁଷ୍ପ ମଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୟୁଳନ କରିଥିଲେ l ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସୁନ୍ଦର ସ୍ଵାଗତ ସଂଗୀତ ପରିବେଷଣ କରି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛା ପ୍ରଦାନ କରି ସମସ୍ତ ଅତିଥି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଞ୍ଚରେ ଆସନ ଅଳଙ୍କୃତ ହେବାକୁ ନିବେଦନ କରିଥିଲେ l ପରେ ପରେ ଯଥା ସମୟରେ ପ୍ରତିଷ୍ଠା ଦିବସ ସଭାକାର୍ଯ୍ୟ ଆରମ୍ଭ ହେବାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ରଣା ଉପସ୍ଥିତ ସହଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବିଭିନ୍ନ ଦିଗ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଇଥିଲେ l ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସ୍ଵାଗତ ସମ୍ଭାଷଣ ସହିତ ଉତ୍ସବ ସକାଶେ କରାଯାଇଥିବା ବିଭିନ୍ନ ସାଂସ୍କୃତିକ ଏବଂ ସହ ପାଠ୍ୟକ୍ରମ ପ୍ରତିଯୋଗିତା ଯେପରି ରଚନା, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ଏବଂ ବକ୍ତବ୍ୟ ରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭା ସାଙ୍ଗ ହେବା ପୂର୍ବରୁ ପୁରସ୍କାର ବିତରଣ କରାଯାଇଥିଲା l ପରିଶେଷରେ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ନାଗେଶ କର ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ l