ଥୁଆମୂଳ ରାମପୁର ଠାରେ କଂଗ୍ରେସର “ସଙ୍ଗଠନ ଶ୍ରିଜନ ଅଭିଯାନ” ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ I

ଗ୍ରାମାଞ୍ଚଳ ସ୍ତରରୁ କଂଗ୍ରେସକୁ ସୁଦୃଢ କରିବା ନେଇ ପ୍ରୟାସ I

ଥୁଆମୂଳ ରାମପୁର,୦୭/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ବାବା ଖଣ୍ଡୁଆଲ ଖେଳ ପଡିଆ ସ୍ଥିତ ସଭାଗୃହ ଠାରେ ପ୍ରଦେଶ କଂଗ୍ରେସ କମିଟିର ସଙ୍ଗଠନ ଶ୍ରିଜନ ଅଭିଯାନ ଓ ସାମ୍ବାଦିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଳାର ପର୍ଯ୍ୟବେକ୍ଷକ ତଥା ଏ.ଆଇ.ସି.ସି ପୂର୍ବତନ ସେକ୍ରେଟାରୀ ସାହିକ୍ ମୁସ୍ତାନ୍ ୱାଲି ଯୋଗଦେଇ ନେତୃ ବୃନ୍ଦଙ୍କ ଠାରୁ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର କଂଗେସ ସ୍ତିତି ସମ୍ପର୍କରେ ବୁଝିବା ସହ ଆଗାମୀ ଦିନରେ ସାଂଗଠାନିକ ବ୍ୟବସ୍ଥା କିଭଳି ସୁଦୃଢ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ l

ସଙ୍ଗଠନ ଶ୍ରିଜନ ଅଭିଯାନ କାର୍ଯ୍ୟକ୍ରମ ବାସ୍ତବରେ ଜିଲ୍ଲା ତଥା ବ୍ଲକ୍ ର ସମସ୍ତ କଂଗ୍ରେସ କର୍ମୀ, ଛାମୁଆ ସାଂଗଠାନିକ ନେତାଙ୍କ ମତା ମତ ନେଇ ଜିଲ୍ଲା ସଭାପତି ଚୟନ କରାଯିବ, ଏଥିରେ କାହାରି ସୁପାରିସ କିମ୍ବା କାହାରି ପ୍ରଭାବ ରହିବା ନାହିଁ ଏଣୁ ଆମେ ଜିଲ୍ଲା ସଭାପତି ଚୟନ ଏବଂ ଗ୍ରାମାଞ୍ଚଳରୁ କଂଗ୍ରେସର ସଂଗଠନକୁ ମଜଭୁତ କରିବା ପାଇଁ ଆମକୁ ଜାତୀୟ କଂଗ୍ରେସ କମିଟି ସଭାପତି ମାଳିକାର୍ଜୁନ ଖଡଗେ ଏବଂ ଆମ ପ୍ରିୟ ନେତା ରାହୁଲ ଗାନ୍ଧୀ ଆମ୍ବ ମାନଙ୍କୁ ପଠାଇଛନ୍ତି ବୋଲି ସାମ୍ବାଦିକଙ୍କୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସାହିକ୍ ମୁସ୍ତାନ୍ ୱାଲି l ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତ ସହଯୋଗୀ ପର୍ଯ୍ୟବିକ୍ଷପ ତଥା ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଜଳନ୍ଧର ନାଏକ, କଳାହାଣ୍ଡି ଲୋକସଭା ପ୍ରାର୍ଧିନି ଦ୍ରୌପଦୀ ମାଝୀ, ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମହମ୍ମଦ ସାହେବ୍, ଏନ୍.ଏସ୍.ୟୁ.ଆଇ ସଦସ୍ୟ ଶୁଭମ ବାରିକ୍, ଡି.ସି.ସି ସେକ୍ରେଟାରୀ ପ୍ରିତମ ବେହେରା, ଭବାନୀପାଟଣା ବ୍ଲକ୍ କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ବରିଷ୍ଟ କଂଗ୍ରେସ ନେତା ଦେବେନ୍ଦ୍ର ନାୟକ, ପୂର୍ବତନ ବ୍ଲକ ସଭାପତି ତଥା ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଜଗା କାଳିଆ ନାଏକ ପ୍ରମୁଖ ଉପସ୍ଥିତ ରହି ସାଂଗଠାନିକ ବ୍ୟବସ୍ଥା କିଭଳି ସୁଧାର ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ୨୪ ଗୋଟି ଗ୍ରାମପଞ୍ଚାୟତ ରୁ ସମସ୍ତ ପଞ୍ଚାୟତ ସ୍ତରୀୟ ସଭାପତି, ସେକ୍ରେଟରୀ ତଥା ବରିଷ୍ଟ କଂଗ୍ରେସ ନେତା, କର୍ମୀ ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଯୁବ ନେତା ପରମେଶ୍ବର ନାଏକ, ଗୁଞ୍ଜେନ ମାଝୀ, ହେମନ୍ତ ନାଏକ, ଅଜିତ କୁମାର ନାଏକ ପ୍ରମୁଖ ସହଯୋଗ କରିଥିଲେ l