ଥୁଆମୂଳ ରାମପୁର ଠାରେ ମହାସମାରୋହରେ ସମ୍ପନ୍ନ ହେଲା ରଥଯାତ୍ରା I
ଥୁଆମୂଳ ରାମପୁର, ୨୭/୦୬-(ଦୁର୍ଗା କୀର୍ତ୍ତି):- ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମହାସମାରୋହର ତଥା ଶାନ୍ତି ଶୃଙ୍ଖଳାର ସହକାରେ ଶୁକ୍ରବାର ରଥଯାତ୍ରା ପାଳିତ ହୋଇଯାଇଛି। ସକାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରଥ ପଡିଆ ଠାରେ ରଥ ପ୍ରତିଷ୍ଠା ଓ ପରେ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ପର୍ବ ବିଧି ମତେ ଅନୁଷ୍ଠିତ ହେଇଥିଲା। ଏହା ପରେ ମୁଖ୍ୟ ସେବାୟତ ଆଲୋକ ରଂଜନ ମୁଣ୍ଡ ଏବଂ ଅନ୍ୟାନ୍ୟ ସେବାୟତ ମାନେ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବା ପରେ ତିନୋଟି ରଥରେ ଭାରତ ଦଣ୍ଡସେନା ଛେରା ପହଁରା କରିବା ପରେ ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବାପରେ ଘଣ୍ଟ ଶଙ୍ଖ ହୁଳହୁଳି ଏବଂ ଭକ୍ତ ମାନଙ୍କ ହରିବୋଲ ଧ୍ଵନୀ ମଧ୍ୟରେ ଅପରାହ୍ନ ୩.୩୦ରେ ରଥଟଣା କାର୍ଯ୍ଯ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ରେ ମାଉସୀ ମାଁ ମନ୍ଦିର ନିକଟରେ ପହଞ୍ଚିଥିଲେ।

ସେଭଳି ବ୍ଲକ୍ ର ମହୁଲପାଟଣା, ଗୋପୀନାଥପୁର, ଗୁଣପୁର, କର୍ଲାପାଟ ଠାରେ ମଧ୍ୟ ଭାବ ଭକ୍ତି, ଆନନ୍ଦ ଉଲ୍ଲାସ ମଧ୍ୟରେ ରଥଯାତ୍ରା ପାଳିତ ହୋଇଯାଇଛି। ଏହି ସ୍ଥାନ ମାନଙ୍କରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥୁଆମୂଳ ରାମପୁର ପୋଲିସ, କର୍ଲାପାଟ ପୋଲିସ ଏବଂ ମହୁଲ ପାଟଣା ଫାଣ୍ଡି ଅଧିକାରୀଙ୍କ ଦ୍ବାରା ପୋଲିସ ମୁତୟନ କରାଯାଇ ଶାନ୍ତି ରକ୍ଷାକରିବା ରେ ବେଶ୍ ଦାୟିତ୍ୱ ତୁଲାଇ ଥିଲେ।l ସେଭଳି ଅଗ୍ନିଶମ ବିଭାଗ, ବିତ୍ୟୁତ୍ ବିଭାଗ, ସ୍ଥାନୀୟ ତହସିଲଦାର ଯାତ୍ରା ପଡ଼ିଆରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ l