ଥୁଆମୂଳ ରାମପୁର ଠାରେ ସମ୍ବିଧାନ ଦିବସ ପାଳିତ I
ଥୁଆମୂଳ ରାମପୁର,୨୬/୧୧-(ଦୁର୍ଗା କୀର୍ତ୍ତି ):-ଥୁଆମୂଳ ରାମପୁର-ସ୍ଥାନୀୟ ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ପ୍ରଥମେ ବାବା ସାହେବ ଡ.ଭୀମରାଓ ଆମ୍ବେଦକର ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ
କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଥିଲା ।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ରୋଜଗାର ବିନିମୟ ର ଏସ ଡି ଓ ଶ୍ରୀ ବେହେରା, ପିରାମଲ୍ ଫାଉଣ୍ଡେସନ ର ପ୍ରୋଗ୍ରାମ ମେନେଜର ଚାର୍ଲ୍ସ ଜାମିନ, ଥୁଆମୂଳ ରାମପୁର ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ସୁଶ୍ରୀ ପ୍ରିୟଙ୍କା ମାଝୀ ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନର ବିବିଧ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଗ୍ରହଣ କରି ସମାଜର ବିକାଶରେ କାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ । ଅତିଥି ଓ ଛାତ୍ରଛାତ୍ରୀ ମାନେ ଏକ ଶପଥ ପାଠ ମଧ୍ୟ କରିଥିଲେ । ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସର୍ବେଶ୍ୱର ଉଠାନସିଂ , ଅଧ୍ୟାପକ ବିରଞ୍ଚି ନାଏକ ଓ କଲେଜ ର ଅନ୍ୟାନ୍ୟ ଅଧ୍ୟାପକ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ବବୂ ବାହାନ ବୁଦ୍ଧିଆ ସଭା ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।