ଥୁଆମୂଳ ରାମପୁର ତଳବନ୍ଧ ପଡାରେ ଦୀପାବଳୀ ପର୍ବର ଶୁଭାରମ୍ଭକଳସ ଯାତ୍ରାରେ ସାମିଲ ହେଲେ ଆବାଳବୃଦ୍ଧବନିତା

ଥୁଆମୂଳ ରାମପୁର,୩୦/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ସ୍ଥିତ ତଳବନ୍ଧ ପଡାରେ ବୁଧବାର କଳସ ଯାତ୍ରା ସହିତ ଶୁଭାରମ୍ଭ ହୋଇଛି ଦୀପାବଳୀ ଉତ୍ସବ ୨୦୨୪। ଏହି ଅବସରରେ ପଡାରେ ପ୍ରଥମେ ଆନୁଷ୍ଠାନିକ ଭାବେ ମାଁ ବେଙ୍ଗଟି ଦେବୀଙ୍କ ମସ୍ତକ ସ୍ଥାପନ ପରେ ବଡ଼ ପୂଜକଙ୍କ ଘରୁ ମାଁ ଙ୍କ ବିଭିନ୍ନ ଅସ୍ତ୍ର ଶାସ୍ତ୍ର ସହ ମୁଖ୍ୟ ଖଣ୍ଡା ଆଣି ନିକଟସ୍ଥ ନାଳ ରେ ଯାଇ ଖଣ୍ଡା ମର୍ଜନ ପରେ ମନ୍ଦିରରେ ଆଣି ସ୍ଥାପନ କରି ନବ ଜୀବନ ଯୁବ ଅନୁଷ୍ଠାନ ଓ ଦୀପାବଳୀ ପୂଜା କମିଟିର ସହଯୋଗରେ ଏକ ବିରାଟ କଳସ ଶୋଭା ଯାତ୍ରା ଆୟୋଜନ ହୋଇଥିଲା।

ଏଥିରେ ପଡାର ପୁରୁଷ ଓ ମହିଳା ବାଳବୃଦ୍ଧା ସମେତ ଅନେକ କଳାକାର ପାରମ୍ପାରିକ ବେଶଭୂଷାରେ ବାହାରି ଅଂଶଗ୍ରହଣ କରି ମନ୍ଦିର ଠାରୁ ନିକଟସ୍ଥ ଖଲିଆ ଘାଟକୁ ଯାଇ ସେଠାରେ ରୀତିନୀତି ଅନୁସାରେ ମାଁ ଗଙ୍ଗାଙ୍କ ଆବାହନ ପୁର୍ବକ ପୂଜାର୍ଚ୍ଚନା କରି କଳସରେ ଜଳ ଉଠାଯାଇଥିଲା।ପରେ ମନ୍ଦିର ଅଭିମୁଖେ ପ୍ରତ୍ଯାବର୍ତ୍ତନ କରି ମନ୍ଦିରରେ ପହଞ୍ଚି ମାଁଙ୍କ ପାଖରେ ନିୟମ ମୁତାବକ କଳସ ସ୍ଥାପନ କରାଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିବସର ରାତ୍ରରେ ଭକ୍ତ ଓ ଶ୍ରଧାଳୁଙ୍କ ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ମାଁ ବୀଣାପାଣି ଟୁକେଲ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଏବଂ ଗୁରୁବାର ଦ୍ଵିତୀୟ ଦିବସରେ ଦୀପାବଳୀ ପର୍ବ ପାଳନ କରିବା ସହ ବାବା ଭୈରବ ଦେବଙ୍କ କଣ୍ଟା ଦୋଳି ଝୁଲା ଏବଂ ଗଦିଆ ବସା ସମେତ ଅଗ୍ନିପରୀକ୍ଷା ଅନୁଷ୍ଠିତ ହେବ l ଚାଳିତ ବର୍ଷ ନୂଆଁ କାଳିଶି ବିଦ୍ୟାଧର ନାଏକ ଅଗ୍ନି ପରୀକ୍ଷା ଦେବେ l ଓ ରାତ୍ରରେ ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ବଲାଙ୍ଗୀର ଦିଲୱାଲା ମେଲୋଡି ନାଇଟସ୍ ଅନୁଷ୍ଠିତ ହେବ l