ଥୁଆମୂଳ ରାମପୁର : ତାଳୁକ୍ ଆଇନ ସେବା କମିଟି ପକ୍ଷରୁ “ନାଲ୍ସା (ଏସିଡ୍ ଆକ୍ରମଣ ପୀଡିତଙ୍କୁ ଆଇନଗତ ସେବା) ଯୋଜନା, ୨୦୧୬, ଦଣ୍ଡ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ଏବଂ ପୀଡିତ କ୍ଷତିପୂରଣ ଯୋଜନା, ୨୦୧୭ ଇତ୍ୟାଦି” ଉପରେ ସଚେତନତା କାର୍ଯ୍ୟକ୍ରମ।
ଥୁଆମୂଳ ରାମପୁର:୧୮/୦୯- (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ସଂଗଠିତ – ତାଲୁକ ଆଇନଗତ ସେବା କମିଟି ର ଅଧକ୍ଷ ତଥା ଜେ.ଏମ.ଏଫ୍.ସି ମାଜିଷ୍ଟ୍ରେଟ ତାରିଣୀ ପ୍ରସାଦ ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏସିଡ ଆକ୍ରମଣର ପୀଡିତଙ୍କ ପାଇଁ ଆଇନ୍ ଗତ ସେବା) ଯୋଜନା ୨୦୧୬,ଦଣ୍ତ ଆଇନ ଏବଂ ପୀଡିତ କ୍ଷତିପୂରଣ ଯୋଜନା ୨୦୧୭ ର ପ୍ରାସଙ୍ଗିକ ବ୍ଯବସ୍ଥା ଉପରେ ଏକ ସଚେତନ କାର୍ଯ୍ୟକ୍ରମ ବସଷ୍ଟାଣ୍ଡ ଠାରେ ଗୁରୁବାର ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇ। ଏଥିରେ ସରକାରୀ ଓକିଲ, ଦେବଦତ୍ତ ଯୋଷୀ, ଥାନା ଅଧିକାରୀ କୈବଲ୍ଯ ସେଠ୍, ଡାକ୍ତର ଶକ୍ତି ସାଗର, ଆଇନଜୀବୀ ମନୋରଞ୍ଜନ ନାଏକ, ଦିଲ୍ଲୀପ କୁମାର ନାଏକ, ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ଯକ୍ଷ ସତ୍ଯ ନାରାୟଣ ମୁଣ୍ତଛିନା, ଏଏସ ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, କର୍ତ୍ତବ୍ୟ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ, କର୍ତ୍ତବ୍ୟ ପ୍ରୋଗ୍ରାମ ମେନେଜର ସନ୍ତୋଷ କୁମାର ଦାସ, ଅଧ୍ଯାପକ ବବୃବାହନ ବୁଦ୍ଧିଆ, ପ୍ରଧାନ ଶିକ୍ଷକ କୃର୍ତ୍ତିବାସ ନାଏକ, ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ସରକାରୀ ଡିଗ୍ରୀ କଲେଜ୍ ର ଛାତ୍ରଛାତ୍ରୀ ଅଧ୍ଯାପକ ସମେତ୍ ଅନ୍ଯାନ୍ଯ ବ୍ଯକ୍ତି ବିଶେଷ ଯୋଗଦାନ କରିଥିଲେ। ଶିକ୍ଷକ ହରି ନାରାୟଣ ବାଗ କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ କୋର୍ଟ ର ହେଡ୍ କ୍ଳର୍କ ଅଶୋକ କୁମାର ସାହୁ ଓ ଜୁନିଅର କ୍ଳର୍କ ଜୀମି ସାହୁ ଙ୍କ ସମେତ୍ କୋର୍ଟର ଅନ୍ଯାନ୍ଯ କର୍ମଚାରୀ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ଏହି ଅବସରରେ ସମାଜରେ ଏସିଡ ମାଡ ଭଳି ଅପ୍ରୀତିକର ଘଟଣା ନଘଟେ ସେନେଇ କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ଦ୍ବାରା ଏକ ଆକର୍ଷଣୀୟ ନାଟକ ପରିବେଷଣ କରି ସମାଜକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ମାନେ (ଏସିଡ ଆକ୍ରମଣର ପୀଡିତ ଙ୍କ ପାଇଁ ଆଇନଗତ ସେବା) ଯୋଜନା ୨୦୧୬,ଦଣ୍ତ ଆଇନ୍ଏବଂ ପୀଡିତ କ୍ଷତିପୂରଣ ଯୋଜନା, ୨୦୧୭ ର ପ୍ରାସଙ୍ଗିକତା ବ୍ଯବସ୍ଥା ଉପରେ ଓକିଲ ଦେବଦତ୍ତ ଯୋଷୀ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ, ସେହିପରି ଅଧ୍ଯକ୍ଷ ଶ୍ରୀ ମୁଣ୍ତଛିନା ଏହା ଉପରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରିଥିଲେ।