ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି l
ଦୋକାନ କବାଟ ଓ ଘର ଅଲ୍ମିରା ଭାଙ୍ଗି ବ୍ୟବସାୟୀ ଙ୍କ ଘରୁ ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ସହ ସୁନାଗହଣା, ମୋବାଇଲ ଓ ଟିଭି ଲୁଟ୍ l
ଥୁଆମୂଳ ରାମପୁର,୦୨/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରୀ, ଡକାୟତି ବୃଦ୍ଧି ପାଇବାରେ ଲାଗିଛି ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ସୁରକ୍ଷୀତ ମଣୁନଥିବା ବେଳେ ଲୋକଙ୍କ ମଧ୍ୟରେ ଏକ ପ୍ରକାରରେ ଭୟଯାତ ହେଉଥିବା ଜଣାପଡିଛି। ସେମିତି ଏକ ଚୋରୀ ଘଟଣା ଉପରେ ଲିଖିତ ଅଭିଯୋଗ କରାଯାଇଛି ଥୁଆମୂଳ ରାମପୁର ଥାନାରେ| ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ରାତି ପ୍ରାୟ ୧୨ ଘଣ୍ଟା ସମୟରେ କାଠକୁରା ମୁଖ୍ୟ ରାସ୍ତା ଛକ ଠାରେ ଥିବା ଏକ କ୍ଷୁଦ୍ର ବ୍ୟବସାୟୀ ସୁନାଧର ଗୌଡ଼ ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ୧୦ ରୁ ୧୨ ଜଣ କେହି ଦୃର୍ବୁତ୍ତ ୩ ଟି ମୋଟର ସାଇକେଲ ଏବଂ ଗୋଟିଏ ଚାରିଚକିଆ ଗାଡ଼ିରେ ଆସି ଡକାୟତି କରିଥିବା ଜଣାପଡିଛି l ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ପ୍ରଥମେ ତାଙ୍କ ଦୋକାନ କବାଟ ଭାଙ୍ଗି ପଇସା ଲୁଟ୍ କରିବା ସହ ଘର ଭିତରେ ପଶି ଆଲମୀରା ଭାଙ୍ଗି ସେଠାରେ ଥିବା ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ସହ ସୁନାଗହଣା, ମୋବାଇଲ, ଟିଭି ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ନେଇଯାଇଥିବା ଅଭିଯୋଗ ହୋଇଛି l ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ କେସ ନଂ ୧୯୦/୨୪ ରେ ମାମଲା ରୁଜୁ କରି ଥାନା ଅଧିକାରୀ କୈବଲ୍ୟ ସେଠ୍ ଓ ତାଙ୍କ ସହକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ବାହାରୁ ସାଇନଟିଫିକ ଟିମ୍ ଓ ସନ୍ଧାନୀ କୁକୁର ର ସାହାଯ୍ୟ ନିଆଯାଇଥିବା ସୂଚନା ମିଳିଛି l ଏଠାରେ ପ୍ରକାଶ ଥାଉକୀ ଗତ କିଛି ମାସ ତଳେ ଥୁଆମୂଳ ରାମପୁର ସଦର ମହକୁମାର କୈଳାଶ ଚନ୍ଦ୍ର ପରିଛା ନାମକ ଜଣେ ବ୍ୟବସାୟୀଙ୍କ ଟ୍ରାକ୍ଟର ଏବଂ ୨୦ ରୁ ୩୦ ଟି ଗ୍ୟାସ ସିଲିଣ୍ଡର ଚୋରୀ ହୋଇଥିଲା l ଏହାର କିଛିଦିନ ବ୍ୟବଧାନ ପରେ କାଠକୁରା ଗ୍ରାମର ଉମେଶ ଚନ୍ଦ୍ର ନାଏକ ନାମକ ବ୍ଯକ୍ତିଙ୍କର ମାରୁତୀ ୮୦୦ କାର କୌଣସି ଦୃର୍ବୁତ୍ତ ଚୋରୀ କରିନେଇଯାଇଥିଲେ l ପୋଲିସର ସହାୟତାରେ କାଶୀପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ କାର କୁ ଉଦ୍ଧାର କରାଯାଇଥିଲା। l ପୁଣି ଏହାର ମାସେ ନ ପୁରୁଣୁ ସରକାରଙ୍କ ସ୍ଵୀକୃତିପ୍ରାପ୍ତ ଦେଶୀ ମଦ ଭାଟିରୁ ମଦରନ୍ଧନ ତମ୍ବା ହଣ୍ତା ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ଚୋରୀ ହୋଇଯାଇଛି l ବର୍ତ୍ତମାନ୍ ସଠିକ୍ ଭାବରେ ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ କରାନଯାଏ ତେବେ ଅଞ୍ଚଳରେ ଆହୁରି ଚୋରୀ ଘଟଣାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍ ଧରିବାରେ ଲାଗିଛି।