ଥୁଆମୂଳ ରାମପୁର ଥାନା ଓ ଅଗ୍ନିଶମ ବିଭାଗରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ l
ଥୁଆମୂଳ ରାମପୁର, ୧୩/୧୦-(ଦୁର୍ଗା କୀର୍ତ୍ତି):- ପବିତ୍ର ପାର୍ବଣ ଋତୁରେ ଧରାପୃଷ୍ଟ କୁ ଅବତରଣ କରିଛନ୍ତି ମାଁ ଯୋଗମାୟା, ସାରାଦୁନିଆ ମାନଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ l ଏହିପରିପ୍ରେଖିରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ ଏବଂ ଅଗ୍ନିଶମ ବିଭାଗ ଠାରେ ଶନିବାର ଦିନ ଶାରଦୀୟ ଦୁର୍ଗାପୂଜା ( ମାଁ ଭଣ୍ତାର ଘରଣୀ) ଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଧିମତେ ଥାନା ଅଧିକାରୀ ଓ ସହକର୍ମୀ ଙ୍କୁ ବରଣ କରାଯିବା ପରେ ବାଦ୍ଯଯନ୍ତ୍ର, ଘଣ୍ଟ ହୁଳହୁଳି ସହକାରେ ସ୍ଥାନୀୟ ପୋଖରୀରେ ପହଞ୍ଚି ପୋଖରୀକୂଳରେ ପୂଜାର୍ଚ୍ଚନା ପୂର୍ବକ କଳସୀରେ ଜଳ ଭର୍ତ୍ତି କରାଯାଇ ଥାନା ଅଭିମୁଖେ ପ୍ରତ୍ଯାବର୍ତ୍ତନ କରିଥିଲେ। ଥାନାରେ ପହଞ୍ଚିବା ପରେ ଜଳରେ ପାଦଧୌତ ହେବାପରେ ମାଁଙ୍କ ପୀଠ ପାଖରେ କଳସ ସ୍ଥାପନ କରାଥାଇ ମାଁଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ଯ ଆୟୋଜିତ ହୋଇଥିଲା।

ଥାନା ଅଧିକାରୀ କୈବଲ୍ଯ ସେଠ୍ କର୍ତ୍ତା ଭାବରେ ପୂଜାରେ ତାଙ୍କର କାର୍ଯ୍ଯ ତୁଲାଇ ଥିବାବେଳେ ପୂଜକ ଭାବେ ଶରତ ଚନ୍ଦ୍ର ପୁରୋହିତଙ୍କ ଦ୍ବାର ପୂଜାର୍ଚ୍ଚନା ଓ ହୋମ କାର୍ଯ୍ଯ ଯଥା ରୀତିନୀତି ଅନୁସାରେ ସମାପନ ହୋଇଥିଲା ତେବେ ଉକ୍ତ ପୂଜା କାର୍ଯ୍ଯ କୁ ଏଏସଆଇ ବଳରାମ ଜାନୀ, ଏଏସଆଇ ଧୀରେନ୍ଦ୍ର ମିନିଏକା, ଏଏସଆଇ ରାଜକପୁର ବେହେରା, ଏସଆଇ ରଶ୍ମିରଞ୍ଜନ ବାଗ ସମେତ୍ ଅନ୍ଯାନ୍ଯ ପୁଲିସ କର୍ମଚାରୀ ଓ ଆଇଆରବି କର୍ମଚାରୀ ମାନେ ସହଯୋଗ କରିଥିଲେ।

ତେବେ ମାଁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଗାଁ ସ୍ଥାନୀୟ ପୁରୁଷ, ମହିଳା ଆବାଳବୃଦ୍ଧବନିତା ଓ ମାନସିକ ଧାରୀ ମାନେ ଉପସ୍ଥିତ ରହି ମାଁ ଭଣ୍ଡାର ଘରଣୀ ଦେବୀଙ୍କୁ ଦର୍ଶନ କରି ତାଙ୍କ ଠାରୁ ଶୁଭାର୍ଶୀବାଦ ଲାଭ କରିଥିଲେ l ସେହିଭଳି ଅଗ୍ନିଶମ ବିଭାଗରେ ମଧ୍ୟ ବିଭାଗୀୟ ଅଧିକାରୀ ସୁବାସ ବିନ୍ଧାଣି କର୍ତ୍ତା ଭାବରେ ପୂଜାରେ ବସିଥିବା ବେଳେ ପୂଜକ ଭାବରେ ଆଲୋକ ରଞ୍ଜନ ମୁଣ୍ଡ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ l ଏଥିରେ ହାବିଲଦାର ବଳରାମ ପୁଝାରୀ, ଫାଏର୍ ମ୍ୟାନ ରେହ୍ମାନ୍ ଇଶ୍ଲମ୍, ବଳରାମ ମହାକୁର, ମଦନ ଶବର,ପ୍ରସିଦ୍ଧ ପ୍ରଧାନ, ଶାନ୍ତନୁ ଦିଗଲ, ରାଜେଶ ପ୍ରଧାନ, ଡ୍ରାଇଭର ସୁମନ୍ତ ଡୁଙ୍ଗ ଡୁଙ୍ଗ ପ୍ରମୁଖ ଉପସ୍ଥିତ ରହି ମାଁ ଦଶଭୂଜାଙ୍କ ପୂଜାର୍ଚ୍ଚନା କରିଥିଲେ l
