ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଂଗ : କୋରମ୍ ଅଭାବରୁ ଭୋଟିଂ ସ୍ଥଗିତ l

ଥୁଆମୂଳ ରାମପୁର,୦୮/୧୧-(ଦୁର୍ଗା କୀର୍ତ୍ତି):- ଥୁଆମୂଳ ରାମପୁର ବ୍ଲକର ରାଜନୀତି ବେଶ ଆଜକୁ ୩ ମାସ ହେଲା ସରଗରମ ହେବା ସହ ବେଶ ଉଷ୍ମ ହୋଇପଡିଛି, ଏକଦା ବିଜେଡି ଦୀର୍ଘ ବର୍ଷ ଧରି ବ୍ଲକ ଅଧ୍ୟକ୍ଷ ପଦବୀ କୁ ବାରମ୍ବାର ନିଜେ ଅକ୍ତିଆର କରିଆସୁଥିବା ବେଳେ ବିରୋଧୀ କୁ ସଦା ସର୍ବଦା ଚକମା ଦେଇଚାଲିଛନ୍ତି। ଏବଂ ଠିକ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ କଂଗ୍ରେସର ଜିଲ୍ଲା ପରିଷଦ ସଭ୍ୟ ଥିବା ଦୟାନିଧି ମାଝୀ ବିଜେଡିରେ ସାମିଲ କରାଇ ପଂଚାୟତ ସମିତି ଅଧ୍ୟକ୍ଷ କରେଇବା କିଛି ଲୋକଙ୍କ ତଣ୍ଟି କୁ ପାଣି ଗଲା ନାହିଁ। ଯେବେ ଠାରୁ ପଂଚାୟତ ନିର୍ବାଚନ ହୋଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେଲା ସେହି ଦିନ ଠାରୁ ଅଣ କଂଗ୍ରେସର ଅଧ୍ଯକ୍ଷ ହୋଇଥିବା ଦେଖିବାକୁ ମିଳିଛି l

ଲକ୍ଷଣ ମୁଣ୍ଡଚିନା, ପରୀକ୍ଷିତ ବିଶୋଇ, ବନମାଳୀ ନାଏକ, ନରସିଂହ ନାଏକ, ମମତା ମାଝୀ, ରାଇଦାସ ନାଏକ, କିଆଁମଣୀ ନାଏକ, ଦ୍ରୌପଦୀ ମାଝୀ, ଶାନ୍ତି ମାଝୀ ଓ ଦୟାନିଧି ମାଝୀ ଇତି ମଧ୍ୟରେ ଦୁଇ ଜଣ କଂଗ୍ରେସ ର ସମର୍ଥନରେ ଅଧ୍ୟକ୍ଷ ହୋଇଥିବା ବେଳେ ଏହି ବ୍ଲକରେ ଅଣ କଂଗ୍ରେସ ହିଁ ଶାସନ କରିଛି। ଏହି ପରିସ୍ଥଳେ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଛି ବଳ କୋଷାକସି, ବିରୋଧୀ କା ଭାଁ ଦୁଇ ତିନି ଜଣ ସମିତି ସଭ୍ୟ ସଭ୍ୟା ଥିବା ବେଳେ ଶାସକ ଦଳ ପୁଣି କଂଗ୍ରେସ କୁ ଆକ୍ଷେପ କରୁଥିବା ଘଟଣା ଆଶ୍ଚର୍ଯ୍ୟ ଓ ହାସ୍ଯକର ପରିବେଶ ସୃଷ୍ଟି କରୁଥିବା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜୋର୍ ଧରିଛି । ଗୋଟିଏ ପଟେ ବିଧାୟକ ପ୍ରଦୀପ ଦିଶାରୀ ଥିବା ବେଳେ ଆଉ ଗୋଟେ ପଟେ ନିଜେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ମଧ୍ୟରେ ସିଧା ନିଶନା କରୁଥିବା ଦେଖିବାକୁ ମିଳିଛି, ଯାହାଫଳରେ ଏଥିରେ କେବଳ ସାଧାରଣ ଜନତା ହିଁ ପେଷି ହେଉଥିବା ସୂଚନା ମିଳିଛି l ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷ ହେବ ସମିତି ବୈଠକ ନ ହେବା ସହ ଡିଏମଏଫ ଫଣ୍ଡ କୁ ମନ ମୁତାବକ କୌଣସି ବୈଠକ ନ କରି ଅଫିସର ଓ ବ୍ଲକ ଅଧ୍ୟକ୍ଷ ମନ ମାନିର ଖିଲାପରେ ଅସନ୍ତୋଷ ପ୍ରକାଶ କରି ବ୍ଲକ ଉପାଧ୍ୟକ୍ଷା ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ପାଇଁ ୧୪ ଜଣ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇ ଜ଼ିଲ୍ଲାପାଳ ଙ୍କ ଦ୍ଵାରସ୍ତ ହୋଇଥିଲେ ହେଲେ ଗତ ମାସ ୮ ତାରିଖରେ ସମୁଦାୟ ୨୬ ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ପୁଣିଥରେ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ l ଶେଷରେ ଗତ ୩୦ ତାରିଖ ରେ ଅସ୍ଥା ଓ ଅନାସ୍ଥା କୁ ଉପାଜ଼ିଲ୍ଲାପାଳ ଙ୍କ ଉପସ୍ଥିତ ରେ ବୈଠକ ହେବାର ଥିଲା ହେଲେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଉଚ୍ଚ ନ୍ୟାୟାଳୟ ଓଡିଶାର ଦ୍ଵାରସ୍ଥ ହୋଇ ସ୍ଥଗିତ କରିଥିଲେ ଓ ତାହା ଘଞ୍ଚାଇ ଦିଆଯାଇ ପୁଣି ଆଜି ଅର୍ଥାତ୍ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଭୋଟ ହେବାକୁ ଥିଲା, ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଜୟଦେବ ଦାସ, ପଞ୍ଚାୟତ ରାଜ ଶବ୍ ଡିଭିଜନାଲ ଜି.ପି.ଡି.ଓ ବିଘ୍ନ ମହାପାତ୍ର ସମେତ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା, ଅତିରିକ୍ତ ଗ୍ରାମପଞ୍ଚାୟତ ଅଧିକାରୀ (ଜି.ପି.ଓ) ତ୍ରିଲୋଚନ ନାଏକ, ଗ୍ରାମୀଣ ଆବାସ ଗୃହବିଭାଗର କର୍ମଚାରୀ ରଘୁ ନାଏକ, ନରେଗା ବିଭାଗର କର୍ମଚାରୀ ଟୁନୁ ସାହୁ, ବ୍ଲକ୍ କ୍ଯାସିଅର ସବିତ୍ ଶବର, ବ୍ଲକ୍ ପିଅନ ସୁଜିତ୍ ଦଣ୍ଡସେନା ପ୍ରମୁଖ ପ୍ରମୁଖ ବ୍ଲକ ବୈଠକ ଗୃହ ଠାରେ ସମୟ ୧୦ ଘଣ୍ଟା ଠାରୁ ଉପସ୍ଥିତ ରହି ଥିଲେ, ହେଲେ କୌଣସି ସମିତି କିମ୍ବା ସରପଞ୍ଚ ଙ୍କର ଦେଖା ନ ଥିଲା କେବଳ ଜଣେ ମାତ୍ର ଡ଼ୁମେର ପଦର ସମିତି ସଭ୍ୟ ରାଇଦାସ ନାଏକ ଉପସ୍ଥିତ ରହିଥିଲେ। ସପକ୍ଷ କି ବିରୋଧୀ ଆଉ କୌଣସି ସଭ୍ୟ ସଭ୍ୟା ଉପସ୍ଥିତ ନ ହେବା ଯୋଗୁଁ ଭୋଟ ହୋଇପାରିଲା ନାହିଁ l ଶେଷରେ ଜିଲ୍ଲା ସ୍ଥରରୁ ଆସିଥିବା ଅଧିକାରୀ ସମୟ ୨ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ଜିଲ୍ଲା ମୁଖ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଏ ନେଇ ଆମେ ନିର୍ବାଚନ ପରିଚାଳନା ଅଧିକାରୀ ଜୟଦେବ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ ଓଡ଼ିଶା ପଞ୍ଚାୟତ ରାଜ ସମିତି ଧାରା ୧୯୫୯ ଅନୁସାରେ ଆମେ ଭୋଟିଂ ପ୍ରୋସେସ ଫଲୋ କରିଥିଲୁ ହେଲେ ଦୁଇ ତୃତୀୟା ସଭ୍ୟ ଉପସ୍ଥିତ ରହିବା କଥା ହେଲେ ରହିଲେ ନାହିଁ ସେଥିପାଇଁ ଭୋଟିଂ ହେଲା ନାହିଁ ଆଉ ବାକି ଉପରିସ୍ଥ ଉପ ଜ଼ିଲ୍ଲାପାଳ ଙ୍କୁ ଜଣେଇବୁ ଯାହା ବିଧି ବ୍ୟବସ୍ଥା ଅଛି ତାହା ଆସିଲେ ସେ ଅନୁସାରେ ଆଗାମୀ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ।