ଥୁଆମୂଳ ରାମପୁର ପୋଲିସ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ I
ଥୁଆମୂଳ ରାମପୁର,୩୧/୧୦-(ଦୁର୍ଗା କୀର୍ତ୍ତି):- ଆଧୁନିକ ଭାରତର ନିର୍ମାତା, ଭାରତର ପ୍ରଥମ ଉପ- ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଓଡିଶା ପୋଲିସ ବିଭାଗ ର ଆବାହନ ତଥା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ଥାନା ପକ୍ଷରୁ ଥାନା ଅଧିକାରୀ କୈବଲ୍ଯ ସେଠ୍ ଙ୍କ ପ୍ରତ୍ଯକ୍ଷ ତ୍ବାବଧାନରେ ରାଷ୍ଟ୍ରୀୟ ଏକତା ଦିବସ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି, ଏଥିରେ ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ଯନାରାୟଣ ମୁଣ୍ତଛିନା ଓ କଲେଜର ଅଧ୍ଯାପକ ଛାତ୍ରଛାତ୍ରୀ, ସରକାରୀ ଡିଗ୍ରୀ କଲେଜର ଅଧ୍ଯାପକ ଛାତ୍ରଛାତ୍ରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଅନ୍ଯାନ୍ଯ ବିଭାଗର କର୍ମଚାରୀ ଏବଂ ବିଦ୍ୟାଳୟ ଶିକ୍ଷକ, ଛାତ୍ରଛାତ୍ରୀ ସମସ୍ତେ ଏକତ୍ରିତ ହୋଇ ତହସିଲ ଅଫିସ ଛକ ଠାରୁ ଏକ ଗଣ ଦୌଡରେ ବାହାରି ଥୁଆମୂଳ ରାମପୁର ଟାଉନ ପର୍ଯ୍ୟନ୍ତ ଯାଇଥିଲା।

ଏବଂ ଏହି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଥାନା ତରଫରୁ ସକାଳ ୧୧ ଘଣ୍ଟା ସମୟରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତ ମହାବିଦ୍ୟାଳୟ ଠାରେ ଏକ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଆ ପ୍ରବନ୍ଧ, ବକୃତା, ଭଳି ଅନେକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ପର୍ଯ୍ୟାୟ କ୍ରମେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଅଧ୍ଯାପକ ସୋମ୍ଯରଞ୍ଜନ ସାହୁ ଅଧ୍ଯାପକ ଉଦ୍ଧବ ବାରିକଙ୍କ ସମେତ୍ ଶିକ୍ଷକ, ତଥା ଥୁଆମୂଳ ରାମପୁର ଥାନା ପୋଲିସ କର୍ମଚାରୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିବା ବେଳେ ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।