ଥୁଆମୂଳ ରାମପୁର ବ୍ଲକ୍ : “ଏକ୍ ପେଡ୍ ମା କେ ନାମ – ୨.୦”ସାମୁହିକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ I

ଥୁଆମୂଳ ରାମପୁର, ୧୭/୦୯-(ଦୁର୍ଗା କୀର୍ତ୍ତି):- ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଏକ ପେଡ ମାଁ’ କେ ନାମ୍ – ୨.୦ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ୨୦୨୫ ରେ ସାରା ରାଜ୍ଯ ବ୍ଯାପୀ ୭୫ ଲକ୍ଷ ଚାରା ରୋପଣ ଅଭିଯାନ ଯଶଶ୍ରି ପ୍ରଧାମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ କ୍ରମେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ପକ୍ଷରୁ ରାଜ୍ୟର ପ୍ରତ୍ୟେକ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ର ୨୪ ଗୋଟି ଗ୍ରାମପଞ୍ଚାୟତ ମାନଙ୍କରେ ମଧ୍ୟ ହଜାରେ ଲେଖାଏଁ ବୃକ୍ଷରୋପଣ ହୋଇଥିବା ବେଳେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ବାବଧାନରେ ଏକ ପେଡ୍, ମାଁ’ କେ ନାମ୍ ୨.୦ ୧୭ ସେପ୍ଟେମ୍ବର ୨୦୨୫ ରେ ବ୍ଳକ ସ୍ତରୀୟ ବୃକ୍ଷରୋପୋଣ ଅଭିଯାନ ଆୟୋଜିତ ହୋଇଯାଇଛି।


ଗଛ ଲଗାଇବା ମିଳିମିଶି ଆମ ପରିବେଶର ଯତ୍ନ ନେବା, ଭବିଷ୍ୟତ ପିଢି ପାଇଁ ଏକ ସୁନ୍ଦର ପୃଥିବୀ ଗଢିତୋଳିବା। ବୋଲି ସ୍ବପ୍ନ ନେଇ ପଞ୍ଚାୟତ ସମିତି କାର୍ଯ୍ଯାଳୟରୁ ସମସ୍ତେ ସାମିଲ ହୋଇ ଏକ ରାଲିରେ ବାହାରି , ମାଁ ମାଣିକେଶ୍ବରୀ ମନ୍ଦିର, ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା ପ୍ରାୟ ୮୦୦ ମିଟର ରାସ୍ତାକୁ ଅତିକ୍ରମ କରାଯାଇଥିଲା। ପରେ ସେଠାରୁ ପୋଖରା ଗ୍ରାମ ନିକଟରେ ଥିବା ବେଲଘାଟି ନାମକ ଏକ ପାହାଡରେ ଏକ ହଜାର (ଚାରାରୋପଣ) ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜନ କରାଯାଇଥିଲା। ବୃକ୍ଷ ରୋପଣ କାର୍ଯ୍ଯକ୍ରମରେ ସ୍ଥାନୀୟ ଡିଗ୍ରୀ କଲେଜର ଅଧ୍ଯକ୍ଷ ସର୍ବେଶ୍ବର ଉଠାଣସିଂ ତାଙ୍କ ସହକର୍ମୀ ଅଧ୍ଯାପକ ଓ ଛାତ୍ରଛାତ୍ରୀ, +୨ ପଞ୍ଚାୟତ ସମିତି ମାଁ ମାଣିକେଶ୍ବରୀ ମହା ବିଦ୍ୟାଳୟର ଅଧ୍ଯକ୍ଷ ସତ୍ଯନାରାୟଣ ମୁଣ୍ତଛିନା ସହକର୍ମୀ ଅଧ୍ଯାପକ, ଛାତ୍ରଛାତ୍ରୀ, ସରକାରୀ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ ତହସିଲଦାର ନିରୋଜ୍ କୁମାର ଭତ୍ରା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଏଇଇ ସାଲକୋ ହେମ୍ବ୍ରମ, ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ୍, ବ୍ଳକ ଯୋଗାଣ ଅଧିକାରୀ ବିଭୂରଞ୍ଜନ ସାହୁ, ଆରଏଚ ବିଭାଗ ବିପିସି ରାଜେନ୍ଦ୍ର ନାରାୟଣ ଦେବ୍ ସମେତ୍ ବ୍ଳକ କର୍ମଚାରୀ, ଅଙ୍କନବାଡୀ କର୍ମୀ, ସମସ୍ତ ଓଏଲଏମ ର ମହିଳା କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିବାବେଳେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବିଜେପି ବରିଷ୍ଠ ନେତା ବିପିନ ବିହାରୀ ନାଏକ, ଶତୃଘନ୍ନ ଗହିର, ବିଜେପି ମଣ୍ତଳ ସଭାପତି ପୁଷ୍ପ ନାଏକ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ସମେତ୍ ବିଜେପିର ଅନ୍ଯାନ୍ଯ କର୍ମୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କାଧର ସାହୁ ଓ ସହକର୍ମୀ ସହଯୋଗ କରିଥିଲେ। ଏକ ପେଡ୍ ମାଁ କେ ନାମ୍ ୨.୦ ଅବସରରେ ଉପସ୍ଥିତ ବିଭିନ୍ନ ବିଭାଗ ଅଧିକାରୀ ଓ ବିଜେପି ନେତା ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଜନତାଙ୍କୁ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ସମସ୍ତେ ମିଳିମିଶି ଗଛ ଲଗାଇ ପରିବେଶର ଯତ୍ନ ନେବା ଭବିଷ୍ୟତ ପିଢି ପାଇଁ ଏକ ସୁନ୍ଦର ପୃଥିବୀ ଭାବରେ ଗଢିତୋଳିବା, ଏତତ୍ ବ୍ଯତିତ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ତାହାର ଯତ୍ନ ନେବା ଉପରେ ସମାଜର ପ୍ରତ୍ୟେକ ମଣିଷଙ୍କ ପାଇଁ ସଚେତନର ବର୍ତ୍ତା ଦେଇଥିଲେ। ସେହିଭଳି ସ୍ଥାନୀୟ ଥାନା ପକ୍ଷରୁ ଥାନା ଅଧିକାରୀ କୈବଲ୍ଯ ସେଠଙ୍କ ନେତୃତ୍ୱରେ ଏକ ପେଡ୍ ମାଁ’ କେ ନାମ୍ ,୨.୦ ଅବସରରେ ପୋଲିସ ଥାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଏଥିରେ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇ ୩ସହ ବୃକ୍ଷରୋପଣ କରିଥିଲେ।