ଥୁଆମୂଳ ରାମପୁର ବ୍ଲକ୍ ବିଜେଡିର ଯୁବ ସଭାପତି ହେଲେ ପ୍ରଦୀପ କୁମାର ନାଏକ I
ଥୁଆମୂଳ ରାମପୁର,୨୦|୯(ଦୁର୍ଗା କୀର୍ତ୍ତି):- ବିଜୁ ଜନତା ଦଳ ତାର ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜବୁତ କରିବା ପାଇଁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରଖିଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ଏହି ପ୍ରକ୍ରିୟା ଜରିଆରେ ବ୍ଲକ ସଭାପତି ଏବଂ ବିଭିନ୍ନ ପଦବୀ ଉପରେ ଚୟନ ପ୍ରକ୍ରିୟା କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଳ ବର୍ତ୍ତମାନ ଯୁବ ସଂଗଠନର ନେତୃତ୍ବ ଚୟନ କରିସାରିଛି। ଦଳର ଯୁବ ନେତା ପ୍ରଦୀପ କୁମାର ନାଏକଙ୍କୁ ଥୁଆମୂଳ ରାମପୁର ବ୍ଲକ ବିଜେଡିର ନୂତନ ଯୁବ ସଭାପତି ଭାବେ ସର୍ବ ସହମତି କ୍ରମେ ଚୟନ କରାଯାଇଛି। ଏବଂ ଏହାକୁ ସ୍ବୀକୃତି ପାଇଁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିସାରି ଙ୍କ ନିକଟକୁ ପଠାଯାଇଛି। ଶୁକ୍ରବାର ଥୁଆମୂଳ ରାମପୁର ବ୍ଲକ ବିଜେଡି ସଭାପତି କପିଳାସ ନାଏକଙ୍କ ସଭାପତିତ୍ୱରେ ଥୁଆମୂଳ ରାମପୁର ସ୍ଥିତ ସାହୁ ଜଙ୍ଗଲ ଠାରେ ଦଳର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଦଳର ବରିଷ୍ଠ ନେତା ମାଣିକ୍ୟ ଚନ୍ଦ୍ର ନାଏକ, କାର୍ଯ୍ୟକାରୀ ସଭାପତି କୈଳାସ ପରିଚ୍ଛା, ଫଟୁସିଂ ଭୋଇ,ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ,ଏସ୍.ଟି ସେଲ୍ ସଭାପତି ରାମ ମାଝୀ, ଏସ୍.ସି ସେଲ୍ ସଭାପତି ରାମେଶ୍ୱର ନାଏକ, ଜୋନ୍ ୧ ର ସଭାପତି କୃଷ୍ଣଚନ୍ଦ୍ର ସାହୁ, ଜୋନ୍ ୨ର ସଭାପତି ଲାଲ ନାଏକଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତ ସଭାପତି ତଥା ମୁଖ୍ୟ କର୍ମକର୍ତ୍ତା ମାନେ ଏହି ବୈଠକରେ ଉପସ୍ଥିତ ଥିଲେ।