ଥୁଆମୂଳ ରାମପୁର ବ୍ଲକ ରାଜମିସ୍ତ୍ରୀ ସଂଘ ପକ୍ଷରୁପଞ୍ଚାୟତ ସ୍ତରୀୟ ନୂତନ କମିଟି ଗଠନ ଓ ନୂତନ କର୍ମକର୍ତ୍ତା ଚୟନ l
ଥୁଆମୂଳ ରାମପୁର,୧୨/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ମଙ୍ଗଳବାର ମାଁ ମାଣିକେଶ୍ବରୀ ଜିଲ୍ଲା ରାଜମିସ୍ତ୍ରୀ ସଂଘ, ପର୍ଲା ସଭାପତି ଅଭିରାମ ସୁନାନୀଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ବ୍ଲକ ରାଜମିସ୍ତ୍ରୀ ସଂଘ ସଭାପତି ଗୋବିନ୍ଦ ନାଏକଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ ମିସ୍ତ୍ରୀ ସଂଘ ର ଏକ ନୂତନ କମିଟି ଗଠନ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଁ ମାଣିକେଶ୍ବରୀ ରାଜମିସ୍ତ୍ରୀ ସଂଘ ଥୁଆମୂଳ ରାମପୁର ବ୍ଲକ୍ ଶାଖା ସମ୍ପାଦକ ଅଭିମନ୍ୟୁ ଖର୍ସେଲ୍, ଗୋପୀନାଥପୁର ପଞ୍ଚାୟତ ସଭାପତି ବଡ ସୁନାଧର ମାଝୀ, ଉପସଭାପତି ମଧୁ ମାଝୀ, ସମ୍ପାଦକ ରାମଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିବା ବେଳେ ଥୁଆମୂଳ ରାମପୁର ପଞ୍ଚାୟତ ସମ୍ପାଦକ ରାଇସିଂ ମାଝୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ୍ ମାଳିଗାଁ ଗ୍ରାମପଞ୍ଚାୟତର ସମସ୍ତ ରାଜମିସ୍ତ୍ରୀ କର୍ମକର୍ତ୍ତା ଉକ୍ତ ବୈଠକ ଯୋଗଦାନ କରି ମାଲିଗାଁ ଗ୍ରାମପଞ୍ଚାୟତ ର ନୂତନ କମିଟି ଗଠନ କରାଯାଇଥିଲା। ରାଜମିସ୍ତ୍ରୀ ସଂଘ ସଭାପତି ଗୋବିନ୍ଦ ନାଏକ ନିଜ ବକ୍ତବ୍ୟରେ ଆମ ଦୁର୍ଗମ ଅଞ୍ଚଳର ଅନେକ ଶ୍ରମିକ, ମିସ୍ତ୍ରୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅନେକ ସମୟରେ କିଏ ଶବ ହୋଇ ଫେରୁଛି ତୋ ପୁଣି କିଏ ନିଖୋଜ ହୋଇଯାଉଛି, ଏଥିପାଇଁ ଆମେ ଯଦି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ନିଜର ପଞ୍ଜିକରଣ କରାଇବା ସହ ଲେବର୍ କାର୍ଡ ଟିଏ ତିଆରି କରି କେମିତି ସରକାରଙ୍କ ସୁବିଧା ପାଇପାରିବା ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଉପସ୍ଥିତ ସମସ୍ତ ରାଜମିସ୍ତ୍ରୀଙ୍କୁ ବୁଝାଇବା ସହ ଆଗାମୀ ଦିନରେ କେମିତି ଏହି ରାଜମିସ୍ତ୍ରୀ ସଂଘ ମଜଭୁତ ହୋଇ ଆମ ପଛୁଆ ଅଞ୍ଚଳର ଅନେକ ଶ୍ରମିକ ଭାଇ ଭଉଣୀମାନଙ୍କ ଦୁଃଖ ସୁଖ ସମୟରେ ପାଖରେ ଛିଡ଼ା ହେବା ଓ ସଂଘ କୁ ଆଗକୁ ବଢାଇବା ପାଇଁ ସମସ୍ତେ ଚେଷ୍ଟା କରିବା ବୋଲି ଆଲୋଚନା କରିଥିଲେ l ଏହି ପଞ୍ଚାୟତ ରାଜମିସ୍ତ୍ରୀ ସଂଘ କମିଟି ଗଠନ ସମୟରେ ସର୍ବ ସହମତି କ୍ରମେ ମାଳିଗାଁ ଗ୍ରାମପଞ୍ଚାୟତ ର ରାଜମିସ୍ତ୍ରୀ ପୁରୁନ୍ଧର ମୁଦୁଲିଙ୍କୁ ପଞ୍ଚାୟତ ସଂଘ ସଭାପତି ଭାବରେ ଦାୟିତ୍ଵ ଦିଆଯାଇଥିବା ବେଳେ ଉପସଭାପତି ଭାବରେ ଜଗନୁ ଲୋହରା, ସମ୍ପାଦକ ରୁପସିଂ ମାଝୀ, ସାଧାରଣ ସମ୍ପାଦକ ଖଗେଶ୍ବର ଝୋଡ଼ିଆ, କୋଷାଧ୍ୟକ୍ଷ ମୋହନ କୁମାର ନାଏକଙ୍କୁ ଚୟନ କରାଯାଇଥିଲା l ଏହା ସହିତ ଏକ ଉପଦେଷ୍ଟା କମିଟି ମଧ୍ୟ ଗଠନ କରାଯାଇ ସେମାନଙ୍କୁ ଫୁଲ ତୋଡ଼ା ସହିତ ଗାମୁଛା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।