ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ୧୫ ଦଫା ଦାବିପତ୍ର ନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ !
ଥୁଆମୂଳ ରାମପୁର,୧୪/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ୧୫ ଦଫା ଦାବି ନେଇ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ମଙ୍ଗଳବାର ଦିନ ମାଁ ମାଣିକେଶ୍ବରୀ ମନ୍ଦିରରେ ମାଁଙ୍କ ପୂଜାର୍ଚ୍ଚନା ପରେ ବ୍ଳକର ସମସ୍ତ ବିଜେଡ଼ି କର୍ମକର୍ତ୍ତା ଏକତ୍ରିତ ଭାବରେ ଏକ ଜନ ସଂପର୍କ ପଦଯାତ୍ରାରେ ବାହାରି ବ୍ଳକ କାର୍ଯ୍ଯାଳୟ ଅଭିମୁଖେ ଜାଇ ବ୍ଳକ କାର୍ଯ୍ଯାଳୟ ସମ୍ମୁଖକୁ ପହଞ୍ଚି କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ବ୍ଳକ ଘେରାଉ କାର୍ଯ୍ୟକ୍ରମରେ ଏକ ସଭା ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ଆଦିବାସୀ ନେତା ପରମାନନ୍ଦ ମାଝୀ, ବଦ୍ରି ନାରାୟଣ ପଟ୍ଟନାୟକ, ତ୍ରିଲୋଚନ ପାଣିଗ୍ରାହୀ, ଧର୍ମେନ୍ଦ୍ର ନାଏକ, ଭବାନୀପାଟଣା ଟାଉନ ବିଜେଡି ଯୁବ ସଭାପତି ପୀତବାସ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚକୁ ବିଜେଡି ବ୍ଳକ ସଭାପତି କପିଳାସ ନାଏକ ପରିଚାଳନା କରିଥିବା ବେଳେ ବ୍ଳକ ବିଜେଡି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତଥା ବିଜେଡି ବଳିଷ୍ଠ ନେତା ଗୋବିନ୍ଦ ପ୍ରଧାନୀ, ବ୍ଲକ୍ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ, ବ୍ଲକ୍ କାର୍ଯ୍ଯକାରୀ ସଭାପତି କୈଳାସ ଚଦ୍ର ପରିଛା,ଫଟୋ ସିଂ ଭୋଇ, ବ୍ଳକ ବିଜେଡି ଯୁବ ସଭାପତି ପ୍ରଦୀପ କୁମାର ନାଏକ, ଜିଲ୍ଲା ପରିଷଦ ଟୁ ନି ଖୋସ୍ଲା, ପ୍ରମିଳା ମାଝୀ, ବ୍ଲକ୍ ଉପାଧକ୍ଷା ଜୟନ୍ତୀ ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ ଙ୍କ ସମେତ୍ ବ୍ଳକ ବିଜେଡି ଶତାଧିକ କର୍ମକର୍ତ୍ତା ଓ କର୍ମୀ ମହିଳା କର୍ମୀ ଅଂଶଗ୍ରହଣ କରିଥିଲେ। ତେବେ ବିଡ଼ିଓ ଧ୍ରୃବଚରଣ ମୁଦୁଲିଙ୍କ ଜରିଆରେ ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଉହ୍ଲେଖ ଥିବା ବିଷୟ ମଧ୍ୟରେ ରହିଛି ୧-ବ୍ଳକ କାର୍ଯ୍ଯାଳୟରେ କାର୍ଯ୍ଯରତ ଅଫିସରଙ୍କ ଏକତରଫା କାର୍ଯ୍ଯ ବନ୍ଦ କର, ୨-ସରକାରୀ ନିୟମର ଉଲଙ୍ଘନ ବା ପଞ୍ଚାୟତ ରାଜ ଲୋକ ପ୍ରତିନିଧିଙ୍କ ବିଶ୍ୱାସକୁ ନନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ସରକାରଙ୍କ ଦଲାଲ ସାଜି ଅସମ୍ମାନ ବନ୍ଦ କର, ୩- ସ୍ଥାନୀୟ ବିଧାୟକ, ଜିଲ୍ଲାପରିଷଦ, ସମିତି ସଭ୍ଯ/ସଭ୍ଯା, ସରପଞ୍ଚ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିବା ବନ୍ଦ କର, ୪- କାମଧନ୍ଦା ନମିଳିବାରୁ ଅନେକ ଶ୍ରମିକ ଦାଦନ ଯାଉଛନ୍ତି ତେଣୁ ଉନ୍ନୟନ ମୁଳକ କାର୍ଯ୍ଯ ସବୁ ଆରମ୍ଭ କରିବା ଆମର ଦାବି।, ୫-ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବା ଓ ବେକାରୀ ସମସ୍ୟା ଦୂର କରିବା ଆମର ଦାବି, ୬-୩୦ % ପ୍ରତିଶତ ପିସ ବନ୍ଦକର, ୭-ଲଘୁଚାପ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷୟଗ୍ରସ୍ତ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଅ, ବାଲିଚର ଚାଷୀଙ୍କୁ କ୍ଷତିପୂରଣ ଶିଘ୍ର ଦେବା ଆମର ଦାବି, ୮-ଲଘୁଚାପରେ କ୍ଷୟକ୍ଷତି ସମସ୍ତ ରାସ୍ତାର ମରାମତି ଏବଂ ବିଦ୍ଯୁତ ସଂଯୋଗ କରିବା ଆମର ଦାବି, ୯-ଓଏମସି କୁ ଦିଆଯାଇଥିବା ଜମିକୁ ଗ୍ରାମବାସୀଙ୍କୁ ଅତିଶୀଘ୍ର ଫେରାଇ ଦେବା ଆମର ଦାବି, ୧୦-ସମସ୍ତ ଯୋଗ୍ଯ ହିତାଧିକାରୀଙ୍କୁ ବାର୍ଦ୍ଧକ୍ଯ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ଦାବି। ୧୧-ଆୟୁମାନ ଯୋଜନା, ସିଏମ କିଷାନ ଯୋଜନା, ପିଏମ କିଶାନ ଯୋଜନାରେ ସମସ୍ତ ଯୋଗ୍ଯ ହିତାଧିକାରୀଙ୍କୁ ଯୋଡିଶ ଆମର ଦାବି, ୧୨-ଏମ୍.ବି.କେ, ସି.ଆର୍.ପି ଓ ମିଶନ ଶକ୍ତି ମାଁ ମାନଙ୍କୁ ପୂର୍ବଭଳି ଆର୍ଥିକ ସାହାଯ୍ୟ ସୁବିଧା ଓ ସ୍ଥାୟୀ ନିଯୁକ୍ତି ଦୀଇଯାଉ ଆମର ଦାବି, ୧୩-ବାଦ ପଡିଥିବା ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆମର ଦାବି, ୧୪-୩୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା ଆମର ଦାବି, ୧୫-ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନ କାମ ଯୋଗାଇ ଦେବା କଲି ମଞ୍ଜୁରୀ ୩୫୨ ଟଙ୍କା ଦେବା ଆମର ଦାବି ଦେଇଥିବା ସହିତ ଦାବି ଗୁଡିକ ସରକାରଙ୍କ ପକ୍ଷରୁ ଯଦି ପୂରଣ କରାନଯାଏ ତେବେ ଆଗାମୀ ଦିନ ମାନଙ୍କରେ ଏହି ବିକ୍ଷୋଭ ପ୍ରଦର୍ଶନକୁ ତ୍ରୀବ ରୁ ତ୍ରୀବ୍ର କରାଯିବା ପାଇଁ ଚେତାବନୀ ଦେଇଥିବା ଜଣାପଡିଛି।