ଥୁଆମୂଳ ସ୍ଥିତ ମାଁ ମାଣିକେଶ୍ଵରୀଙ୍କ କୁଆଁର ପୁର୍ଣ୍ଣିମା ବା ଦଶହରା ପର୍ବ ମହାସମାରୋହରେ ସମ୍ପନ୍ନ I

ଥୁଆମୂଳ ରାମପୁର,୦୯/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡିର ଜିଲ୍ଲାର ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀଙ୍କ ମୂଳ ପୀଠ ଥୁଆମୂଳ ଠାରେ କୁଆଁର ପୁର୍ଣ୍ଣିମା ବା ଦଶହରା ପର୍ବ ମଙ୍ଗଳବାର ମହାସମାରୋହରେ ସମ୍ପନ୍ନ ହୋଇଯାଇଛି, ମାଁ ମାଣିକେଶ୍ଵରୀଙ୍କ ସୌଭାଗ୍ଯ ମାଟି, ପୁର୍ବରୁ ଲଚିମପୁର ନାମରେ ନାମିତ ରହିଥିବା ବେଳେ ଏହାର ପରବର୍ତ୍ତୀ ସମୟରେ ଥୁଆମୂଳ ନାମରେ ପରିଚିତ ଏହି ବୀର ମାଟିରୁ ଉଭା ହୋଇ ଥୁଆମୂଳ ରାମପୁର, କାଶିପୁର, ଭବାନୀପାଟଣା ଠାରୁ ଆରମ୍ଭ କରି ସାରା ଓଡିଶା ଓ ବାହାର ରାଜ୍ୟରେ ମଧ୍ୟ ମାଁ ମାଣିକେଶ୍ବରୀଙ୍କ ନାମ ପରିଚିତ ହୋଇ ପ୍ରସିଦ୍ଧ ଲାଭ କରିଛନ୍ତି, ହଜାର ବର୍ଷ ଶତାବ୍ଦୀରୁ ପୁର୍ବ ପୁରୁଷ ଠାରୁ ଆଜି ପର୍ଯ୍ଯନ୍ତ ଥୁଆମୂଳ ଠାରେ ମାଁଙ୍କ ପୀଠରେ ଏହି କୁଆଁର ପୂର୍ଣ୍ଣମା ଦିନ ପୂଜାର୍ଚ୍ଚନା ହୋଇଆସୁଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବେଶ୍ ଧୁମ୍ ଧାମରେ ମାଁ ମାଣିକେଶ୍ବରୀ ଯୁବ ଅନୁଷ୍ଠାନ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଯାଇଛି।

ତେବେ ମାଁଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିବା ବେଳେ ମାଁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ମଧ୍ଯ ପରିବେଷଣ ହୋଇଥିଲା। ମାଣିକେଶ୍ଵରୀ ଯୁବ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ମୁଖ୍ଯ ଭକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ବ୍ଲକ୍ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ବରିଷ୍ଠ କଂଗ୍ରେସ ନେତା ଅଶୋକ୍ କୁମାର ସିଂ ଏବଂ ସ୍ଥାନୀୟ ସରପଞ୍ଚ ବଳଭଦ୍ର ଜାନୀ ,ସମିତି ସଭ୍ଯା ରାଣି ନାଏକ, ନାଏବ ସରପଞ୍ଚ ଶୁକୋଲ ଦେଇ ଜାନୀ ପ୍ରମୁଖ ଯୋଗଦାନ କରିଥିଲେ l ମାଁ ମାଣୀକେଶ୍ଵରୀ ଯୁବ ଅନୁଷ୍ଠାନର ସଭାପତି ସାଧୁରାମ ମାଝୀ, ସମ୍ପାଦକ ଆଲୋକ ପୂଜାରୀଙ୍କ ସମେତ ଅନୁଷ୍ଠାନ ର ଅନେକ ନେତୃତ୍ବ ମଣ୍ତଳୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମାଁଙ୍କ ଏହି କୁଆଁର ପୁର୍ଣ୍ଣିମା ବା ଦଶହରା ପର୍ବ ସମ୍ପନ୍ନ ହୋଇଯାଇଛି।