ଦୀର୍ଘ ୧୦ ଘଣ୍ଟା ହେଲାଣି ବ୍ଲକ୍ ସଦର ମହକୁମା ଏୟାରଟେଲ ଟାୱାର ବିଚ୍ଛିନ୍ନ l

ଥୁଆମୂଳ ରାମପୁର, ୨୫/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଦୀର୍ଘ ସମୟ ହେଲା ଏୟାରଟେଲ ଟାୱାର ବିଚ୍ଛିନ୍ନ ହୋଇ ପଡ଼ିଛି l ଫଳରେ ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି l ବୁଧବାର ସକାଳ ପ୍ରାୟ ୧୧ଟା ରୁ ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ଏୟାରଟେଲ 4ଜି ଟାୱାର ଫୋନ ରେ ନାହିଁ l ଯାହାର ବିଏସଏନଏଲ୍ ଅଛି ସେମାନେ ହିଁ ନେଟ କିମ୍ବା ଫୋନ କଲର ବ୍ୟବହାର କରିପାରୁଛନ୍ତି l ଆଜିକାର ସମୟରେ ଉପଭୋକ୍ତା ଇଣ୍ଟର୍ଟେନ୍ ରେ ସୋସିଆଲ ମିଡ଼ିଆ ବୋହୁତ ମାତ୍ରାରେ ବ୍ୟବହାର କରି ତାଙ୍କ ଅଭ୍ୟାସ ହୋଇପଡ଼ିଥିବା ବେଳେ ଇଣ୍ଟରନେଟ ନ ଥିବାରୁ ବଡ଼ ଦିନ ପାଳନ ରେ କିଛି ଅଧୁରା ରହିଗଲା ଭଳି ଜଣାପଡ଼ୁଛି l ଏମିତି କି ଜରୁରୀ ଖବର ସହ ଇଣ୍ଟରନେଟ ରେ ବିଭିନ୍ନ କାମ କରୁଥିବା ଉପଭୋକ୍ତା ଅସନ୍ତୋଷ ହୋଇଥିବା ଜଣାପଡିଛି l ଏପଟେ ଥୁଆମୂଳ ରାମପୁର ଏୟାରଟେଲ ଟାୱାର ର ରକ୍ଷଣା ବେକ୍ଷଣ ଦାୟିତ୍ୱରେ କିଏ ଅଛନ୍ତି ତାହା ଲୋକେ ଜାଣିପାରୁନାହାନ୍ତି କିମ୍ବା ଅଭିଯୋଗ କରିପାରିନାହାନ୍ତି l ଗଣମାଧ୍ୟମ ଦ୍ଵାରା ଅଞ୍ଚଳବାସୀ ତଥା ଇଣ୍ଟରନେଟ ଉପଭୋକ୍ତା ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଏହାର ସମାଧାନ କରାଯାଉ ବୋଲି ଅନୁରୋଧ କରିଛନ୍ତି l