ଦଳବିରୋଧୀ କାର୍ଯ୍ୟ ପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବନ
ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦ୍ୱାରା କରାଯାଇଛି।ସୂଚନାମୁତାବକ ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବଡ଼ କଥା କହିଥିଲେ । ଆଗକୁ ଯଦି ଠିକଭାବେ ନଚାଲେ ତେବେ ମୁଁ ଦଳଠୁ ଦୂରେଇ ଯିବି ।ଏହାଛଡ଼ା ସେ କହିଥିଲେ ଯେ ମୁଁ ଏବେ ବିଜେଡିରେ ଅଛି । ତେବେ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଥିଲେ । ତେବେ ଏଭଳି ମନ୍ତବ୍ୟ ପାଇଁ ବିଜେଡି ଦଳରୁ ନିଲମ୍ବନ କରିଛି |