ଦଶମ ଶ୍ରେଣୀ ଛତ୍ରୀ ଜନ୍ମଦେଲା ଏକ କନ୍ଯା ସନ୍ତାନ lଝିଅ ପରିବାର ଲୋକେ ଥାନାର ଦ୍ୱାରସ୍ଥ l

ଥୁଆମୁଳ ରାମପୁର,୧୭/୧୦-(ଦୁର୍ଗା କୀର୍ତ୍ତି)- ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛତ୍ରୀ ଜଣକ ଏକ କନ୍ଯା ସନ୍ତାନ ଜନ୍ମ ଦେଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି। ପୋଲିସ ରିପୋର୍ଟରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା କାଠକୁରା ଗ୍ରାମର ଛଦ୍ମ ନାମ (୧୬) ଗତ ୧୬/୧୦/୨୦୨୪ ରିଖ ବୁଧବାର ଦିନ ଅପରାହ୍ନ ୨ ଘଣ୍ଟା ସମୟରେ ଥୁଆମୁଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ କନ୍ଯା ସନ୍ତାନ ଜନ୍ମ ଦେଇଥିଲେ ଏହାକୁ ଦୃଷ୍ଟିରେ ରଖି (ଛଦ୍ମ ନାମ) ନାଏକଙ୍କ ସାନ ବାପା ମୋର ପାଠପଢ଼ୁ ଥିବା ଝିଆରୀର ଏ ଅବସ୍ଥା କେମିତି ହେଲା ଓ ଏହାପାଇଁ ଦାୟୀ ଥିବା ଯୁବକ ବର୍ତ୍ତମାନ ମୋ ଝିଆରୀକୁ ଆପଣାଉ ନାହିଁ ବୋଲି ପିଡୀତାଙ୍କ କାକା ଥୁଆମୁଳ ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି।

ତେବେ ଅଭିଯୋଗକାରୀ ତାଙ୍କ ଲିଖିତ ଅଭିଯୋଗରେ ଯାହା ଦର୍ଶାଇଛନ୍ତି ସେ ଅନୁସାରେ ଅଭିଯୁକ୍ତ ଯୁବକ ଜଣକ ହେଲା ରାୟଗଡା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ମାଇକଞ୍ଚ ଗ୍ରାମର ଖିରମଣୀ ନାଏକଙ୍କ ପୁଅ ନୀଳଧର ନାଏକ ବୋଲି ଜଣାପଡିଛି। ଯୁବକ ଜଣକ ପିଡୀତା ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ୨ ବର୍ଷ କାଳ ଶାରିରୀକ ସମ୍ପର୍କ ରଖି ଆସିଥିଲେ ଏହି ଘଟଣାକୁ ନେଇ ପରିବାର ଲୋକଙ୍କର ଅଜାଣତରେ ପିଡୀତା ଅନ୍ତଃସତ୍ତା ହୋଇଥିବା ପ୍ରକାଶ କରିଥିବାବେଳେ ବର୍ତ୍ତମାନ ପିଡୀତା ନାବାଳିକା ଏକ କନ୍ଯା ସନ୍ତାନର ଜନନୀକୁ ଜନ୍ମ ଦେଇଥିବା ହେତୁ ପିଡୀତାଙ୍କୁ ନ୍ଯାୟ ମିଳିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି।

ଥୁଆମୂଳ ରାମପୁର ଥାନା କେଶ୍ ନଂ ୧୭୨/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ନିଳଧର ନାଏକଙ୍କୁ ଥୁଆମୁଳ ରାମପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି, ଶୁକ୍ରବାର ପୀଡ଼ିତାର ମେଡିକାଲ ପରୀକ୍ଷା ପରେ ପୋକ୍ସୋ କୋର୍ଟ ରେ ମାଜିଷ୍ଟେଟ ଙ୍କ ଆଗରେ ଝିଅର ବୟାନ ନିଆଯିବ ଏବଂ ସେ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଦାୟିତ୍ଵ ଭାର ନେଇଥିବା ଅଧିକାରୀ ରଶ୍ମି ରଞ୍ଜନ ବାଗI