ଦଶମ ଶ୍ରେଣୀ ଛତ୍ରୀ ମା’ ହେବା ଘଟଣା : କୋର୍ଟ ଚାଲାଣ ହେଲା ଅଭିଯୁକ୍ତ lଜାତୀୟ ମାନାଧିକାର କମିଶନରେ କେସ ଦାଖଲ l

ଥୁଆମୁଳ ରାମପୁର,୧୯/୧୦-(ଦୁର୍ଗା କୀର୍ତ୍ତି)- ଗତ କିଛିଦିନ ତଳେ ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛତ୍ରୀ ଜଣକ ଏକ କନ୍ଯା ସନ୍ତାନ ଜନ୍ମ ଦେଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ଘଟଣାର ପୂର୍ଣ୍ଣଛେଦ ପଡ଼ିଛି l ପୋଲିସ ରିପୋର୍ଟରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା କାଠକୁରା ଗ୍ରାମର ଛଦ୍ମ ନାମ (୧୬) ନାବାଳିକା ଗତ ୧୬/୧୦/୨୦୨୪ ରିଖ ବୁଧବାର ଦିନ ଅପରାହ୍ନ ୨ ଘଣ୍ଟା ସମୟରେ ଥୁଆମୁଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ପାଇଖାନା ଭିତରେ ଏକ କନ୍ଯା ସନ୍ତାନ ଜନ୍ମ ଦେଇଥିଲେ ଏହାକୁ ଦୃଷ୍ଟିରେ ରଖି (ଛଦ୍ମ ନାମ)ଙ୍କ ସାନ ବାପା ମୋର ପାଠପଢ଼ୁ ଥିବା ଝିଆରୀର ଏ ଅବସ୍ଥା କେମିତି ହେଲା ଓ ଏହାପାଇଁ ଦାୟୀ ଥିବା ଯୁବକ ବର୍ତ୍ତମାନ ମୋ ଝିଆରୀକୁ ଆପଣାଉ ନାହିଁ ବୋଲି ଥୁଆମୁଳ ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗକାରୀ ତାଙ୍କ ଲିଖିତ ଅଭିଯୋଗରେ ଯାହା ଦର୍ଶାଇ ଥିଲେ ସେ ଅନୁସାରେ ଅଭିଯୁକ୍ତ ଯୁବକ ଜଣକ ହେଲା ରାୟଗଡା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ମାଇକଞ୍ଚ ଗ୍ରାମର ଖିରମଣୀ ନାଏକଙ୍କ ପୁଅ ନୀଳଧର ନାଏକ(୩୨) ବୋଲି ଜଣାପଡିଛି। ଯୁବକ ଜଣକ ପିଡୀତା ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ୨ ବର୍ଷ କାଳ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସିଥିଲେ ଏହି ଘଟଣାକୁ ନେଇ ପରିବାର ଲୋକଙ୍କର ଅଜାଣତରେ ପିଡୀତା ଅନ୍ତଃସତ୍ତା ହୋଇଥିବା ପ୍ରକାଶ କରିଥିବାବେଳେ ବର୍ତ୍ତମାନ ପିଡୀତା ନାବାଳିକା ଏକ କନ୍ଯା ସନ୍ତାନର ଜନନୀକୁ ଜନ୍ମ ଦେଇଥିବା ହେତୁ ପିଡୀତାଙ୍କୁ ନ୍ଯାୟ ମିଳିବା ପାଇଁ ଥାନାରେ ଅଭିଯୋଗ କରିଥିଲେ ।

ଥୁଆମୂଳ ରାମପୁର ଥାନା କେଶ୍ ନଂ ୧୭୨/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ପିଡିତଙ୍କୁ ମେଡିକାଲ ପରୀକ୍ଷା ପରେ ଅଭିଯୁକ୍ତ ନିଳଧର ନାଏକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି l ଏବଂ ଜାତୀୟ ମାନାଧିକାର କମିଶନରେ ମଧ୍ୟ କେସ ନଂ ୧୭୨୩୯/୨୪ ରେ ମାମଲା ଦାଖଲ ହୋଇଥିବା ସୂଚନା ମିଳିଛି l ଓ ପୀଡ଼ିତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ସହ ଓଡିଶା ପୀଡିତା କ୍ଷତିପୂରଣ ଯୋଜନା, ୨୦୧୮ ଅନୁଯାୟୀ ପୀଡିତାଙ୍କୁ ଏବଂ ନବଜାତ ଶିଶୁ ପାଇଁ ସମସ୍ତ ଆବଶ୍ୟକୀୟ ଜୀବିକା ସୁବିଧା ଯୋଗାଇ ଦେବାକୁ ଜାତୀୟ ମାନବ ଅଧିକାର ଅନୁରୋଧ କରିଥିବା ସୂଚନା ଦେଇଛନ୍ତି ମାନବ ଅଧିକାରି ଜୟନ୍ତ କୁମାର ଦାସ l