ଦୀପାବଳି ପୂଜା ନେଇ ପ୍ରସ୍ତୁତି ବୈଠକ ସଙ୍ଗେ ନୂତନ କମିଟି ଚୟନ

ଥୁଆମୂଳ ରାମପୁର, ୦୬/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ତାଲାବନ୍ଦ ପଡ଼ା ଠାରେ ପାଳନ ହେବାକୁ ଯାଉଛି ଦିପାବଳି ପର୍ବ ବା ମାଁ ବେଙ୍ଗୁଲି ଦେବୀ ଓ ମାଁ ମହାକାଳୀ ଦେବୀ ଙ୍କ ଝାମୁଯାତ୍ରା ପର୍ବ l ତାଲାବନ୍ଦ ପଡ଼ା, ଜଗନ୍ନାଥ କଲୋନୀ, ସ୍ବପ୍ନ ସାଗର ପଡା, ସମଗୁଡାର ସମସ୍ତ ପଡବାସୀଙ୍କୁ ନେଇ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳନ କରିବେ ଦୀପାବଳି ପର୍ବ l

ଏକି କ୍ରମେ ରବିବାର ବରିଷ୍ଟ ଶିକ୍ଷାବିତ୍ ପରମା ନନ୍ଦ ନାଏକ ଓ ନବଜୀବନ ଯୁବ ଅନୁଷ୍ଠାନ ର ନିର୍ଦ୍ଦେଶକ ସୁବାସ ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଚଳିତ ବର୍ଷ କେମିତି ସୁନ୍ଦର ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ କେମିତି ପରମ୍ପରା ବା ରୀତିନୀତି ଅନୁଯାୟୀ ପୂଜାବିଧି ତୁଲାଇବେ ସେନେଇ ଉପସ୍ଥିତ ୪ଗୋଟି ପଡ଼ା ବାସିନ୍ଦା ଆଲୋଚନା କରିଥିଲେ lତତ୍ସଙ୍ଗେ ଯାତ୍ରାର ପରିଚାଳନା ପାଇଁ ନୂତନ ପୂଜା କମିଟି ଚୟନ କରାଯାଇଥିଲା l ସେଥିରେ ସଭାପତି ଭାବରେ ମାଣିକ୍ୟ ଚନ୍ଦ୍ର ନାଏକଙ୍କୁ ଚୟନ କରାଯାଇଥିବା ବେଳେ ଉପ ସଭାପତି ଗୁଣନିଧି ନାଏକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନାଏକ, ସହ ସମ୍ପାଦକ କୈଳାଶ ଛତ୍ରିଆ, କୋଷାଧ୍ୟକ୍ଷ ଗଣେଶ୍ୱର ନାଏକଙ୍କୁ ଉପସ୍ଥିତ ପଡ଼ା ବାସୀମନନୀତ କରିଥିଲେ l