ଦୀର୍ଘ ୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ, ଅସୁବିଧାରେ ୭୫ ପରିବାର l
ଥୁଆମୂଳ ରାମପୁର, ୦୪/୧୧-(ଦୁର୍ଗା କୀର୍ତ୍ତି):- ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇ ପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋଲାର ପ୍ରକଳ୍ପରୁ ପାଣି ପାଉଥିବା ଗ୍ରାମବାସୀ। ଏମିତି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତ ର ଏକ ଗାଁ ପୋଇଗୁଡ଼ାରେ ଦୀର୍ଘ ଦଶନ୍ଧି ହେବ ଏଠି ଅଧିବାସୀ ଓ ହରିଜନ ସଂପ୍ରଦାୟର ପ୍ରାୟ ୭୫ ପରିବାର ବସବାସ କରି ରହି ଆସୁଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାତ୍ର ୨ଟି ସଠିକ୍ ଭାବରେ କାମ କରୁଥିବା ନଳକୂପ ରହିଛି l ଏଣୁ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୁର କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନର ଜଳ ଓ ପରିମଳ ବିଭାଗ ଦ୍ୱାରା କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ପାଣିପମ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପଟି ପ୍ରାୟ କିଛି ମାସ ଠିକଠାକ ଚାଲିଲା କିନ୍ତୁ ବର୍ତ୍ତମାନ ପାଖାପାଖି ଦୁଇ ବର୍ଷ ହେଲା ପ୍ରକଳ୍ପଟି ଅଚଳ ହୋଇ ପଡିଛି। ତେବେ ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରକଳ୍ପଟି ମରାମତି ହୋଇ ପାରିନାହିଁ। ଗ୍ରାମବାସୀଙ୍କ ଗଣମାଧ୍ୟମ ଆଗରେ କହିବା ଅନୁଯାୟୀ, ବସୁଧା ଯୋଜନାରେ ଉକ୍ତ ଗ୍ରାମ କୁ ଅନ୍ତର୍ଭୁକ୍ତ କରିବା ଲୋଭ ଦେଖାଇ ଅଜିପର୍ଯ୍ୟନ୍ତ ଖରାପ ପଡିରହିଥିବା ସୋଲାର ପାଣି ପମ୍ପ କୁ ମାରପତି କରାଯାଉ ନାହିଁ l ଏସଂପର୍କରେ ଜଳ ପରିମଳ ବିଭାଗୀୟ ଅଧିକାରୀ ମନ୍ମଥ ମୁର୍ମୁ ଙ୍କୁ ପଚାରି ବୁଝିବାରୁ ହଁ ମୁଁ ସେ ବିଷୟରେ ଅବଗତ ଅଛି କିନ୍ତୁ ଯେଉଁ ସ୍ଥାନରେ ସୋଲାର ପମ୍ପ ଲାଗିଛି ସେଠାରେ ପାଣି ସୋର୍ସ ର ଘୋର ଅଭାବ ରହିଛି ସେଥି ପାଇଁ ପାଣି ଟାଙ୍କିକୁ ଉଠି ପରୁନାହିଁ, ଏବଂ ଆମେ ନୂଆଁ ସୋର୍ସ ଖୋଲିବା ପାଇଁ ବ୍ୟବସ୍ଥା କଲେ ଉକ୍ତ ଗ୍ରାମର କିଛି ଲୋକ ବିରୋଧ କରୁଛନ୍ତି , ତଳ ପଡ଼ା ଲୋକ ଆମ ପଟେ ପାଣି ସୋର୍ସ ଖୋଲନ୍ତୁ ବୋଲି କହିଲେ ଉପର ପଡ଼ା ଲୋକ ଆମ ପଟେ ଖୋଲନ୍ତୁ ବୋଲି ଟଣା ଓଟରା ହେଉଛନ୍ତି l ସେଥି ପାଇଁ ଆମେ ମରାମତି କାମ ସ୍ତଗିତ କରି ରଖିଛୁ ସବୁ ସମାଧାନ ହେଲେ କରିବୁ ବୋଲି ପ୍ରତିକ୍ରିୟା ରଖିଲେ l ତେବେ ଦେଖିବାକୁ ବାକି ରହିଲା ଆଉ କିଛି ମାସ ପରେ ଗ୍ରୀଷ୍ମ ଋତୁ ଆସୁଛି ଖବର ପ୍ରସାର ପରେ ବିଭାଗୀୟ ଅଧିକାରୀ ସତରେ କଣ ପଦକ୍ଷେପ ନେଉଛନ୍ତି ନା ସେମିତି ଲୋକଙ୍କୁ ପାଣି ବୁନ୍ଦେ ପାଇଁ କଲବଲ କରିବେ ତାହା ସମୟ କହିବ l