ଦୀର୍ଘ ୫ଦିନ ହେଲା ବର୍ଷାରେ ଧୋଇ ନେଇଥିବା ରାସ୍ତାର ସୁବିଧା ଏବେ ଯାଏଁ କରିଲା ନାହିଁ ପ୍ରଶାସନ : ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ଗଲା ବିଜେଡି ର ଏକ ଟିମ l
ଥୁଆମୂଳ ରାମପୁର,୦୬/୧୦-(ଦୁର୍ଗା କୀର୍ତ୍ତି):- ଗତ ଅକ୍ଟୋବର ୨ତାରିଖ ଦିନ ଲଘୁଚାପ ଜନିତ ବର୍ଷା କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ରାମପୁର ବ୍ଲକ୍ ଠାରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା କାଚି ଥିବା ବେଳେ ଏହାର ପ୍ରଭାବ ମଧ୍ୟ ଏହି ବ୍ଲକ୍ ରେ ସେତିକି ମାତ୍ର ରେ ଦେଖିବାକୁ ମିଳିଛି l ବ୍ଲକ୍ ର ୨୪ ଗୋଟି ଗ୍ରାମପଞ୍ଚାୟତ ର ଅଞ୍ଚଳ ମାନଙ୍କରେ କାହାର ଘର ଭାଙ୍ଗି ଯାଇଛି ତୋ କାହାରି ଘର କାନ୍ଥ ଭୁଶୁଡ଼ି ପଡ଼ିଛି, କେଉଁ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ି ଯାଇଛି ତୋ କେଉଁ କେଉଁ ରାସ୍ତା ରେ ବଡ଼ ବଡ଼ ପଥର ପୋଡ଼ି ଯାଇଛି, କେଉଁ ଚାଷ ଜମିରେ ମାଟି ଅତଡ଼ା ଖସିଛି ତୋ କେଉଁଠି କାଦୁଅ ମାଟି ପଡ଼ି ସବୁ ଚାଷ ସବୁ ନଷ୍ଟ କରିଛି l

ଏଭଳି ସ୍ଥଳେ ଆଜକୁ ପ୍ରାୟ ୫ ଦିନ ବିତିଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ବା ହିତାଧିକାରୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ବ୍ଲକ୍ ବିଜେଡି ପକ୍ଷରୁ ଅଭିଯୋଗ ହେଉଛି, ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ଲକ୍ ର କିଆପଦର ଗ୍ରାମ ପଞ୍ଚାୟତ ଠାରେ l କିଆପଦର ଠାରୁ ଭଟାଗୁଡା କୁ ସଂଯୋଗ କରୁଥିବା ରାସ୍ତାରେ ସେହି ଅଞ୍ଚଳର ୧୨ଟି ଗ୍ରାମର ଲୋକ ନିର୍ଭର କରନ୍ତି, ହେଲେ ରାସ୍ତା ଟି କାଦୁଅ ପଚ ପଚ ହେବା ସହ ରାସ୍ତା ଉପରେ ଅନେକ ଗୁଡ଼ାଏ ଗଛ ଭାଙ୍ଗି, ମାଟି ପଥର ପଡି ରାସ୍ତା ଠକ ହୋଇଯାଇଛି l ଫଳରେ ସେ ରାସ୍ତା ଦେଇ ନିତିଦିନ ଯାତାୟାତ କରୁଥିବା ଜନସାଧାରଣ ନାହିଁ ନ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି l ଏହାର ଖବର ପାଇ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ତଦାରଖ କରି ରିପୋର୍ଟ ପଠାଇବା ପାଇଁ ଏକ ଟମ୍ ପଠାଇ ସ୍ଥିତି ଅନୁଧ୍ୟାନ କରାଇଥିବା ଜଣାପଡିଛି l ଏହି ସମୟରେ ବିଜୁ ଜନତାର ଥୁଆମୂଳ ରାମପୁର ବ୍ଲକ ସଭାପତି କପିଳାସ ନାଏକ ଏବଂ ବିଜୁ ଯୁବ ଜନତା ଦଳ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାଏକଙ୍କ ସମେତ କିଆପଦର ଜି.ପି ବିଜେଡି ସଭାପତି କାମେଶ୍ୱର୍ ନାଏକ, ପି.ଡ଼ବ୍ଲୁ.ଡି କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାଏକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାଙ୍ଗରେ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଘଟଣାର ନିରୀକ୍ଷଣ କରି ବିଧାୟକଙ୍କୁ ଦେଇଛନ୍ତି ରିପୋର୍ଟ l ତେବେ ଏସଂପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାଏକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନ ଥିବାବେଳେ ଏହି ରାସ୍ତାର ପୁନର ଉଦ୍ଧାର ବା ସମସ୍ୟା ର ସମାଧାନ ଯଥା ରୁ ଯଥାଶୀଘ୍ର କରିବା ପାଇଁ ସାଧାରଣରେ ଦାବୀ ହେଉଛି l