ଦୁଇ ଗୋଟି ପୋଖରୀରୁ ପଙ୍କ ଉଦ୍ଧାର କରିବା ନେଇ ବସ୍ତିବାସି ବିଡ଼ିଓ ଓ ସରପଞ୍ଚଙ୍କ ଦ୍ବାରସ୍ଥ l

ସମସ୍ୟାର ସମାଧାନ ନହେଲେ ପଞ୍ଚାୟତ ଏବଂ ବ୍ଲକ୍ କାର୍ଯ୍ୟାଳୟ କୁ ତାଲା ପକାଇବାକୁ ବସ୍ତି ବାସିନ୍ଦାଙ୍କ ଚେତାବନୀ l

ଥୁଆମୁଳ ରାମପୁର,୦୬/୧୧-(ଦୁର୍ଗା କୀର୍ତ୍ତି):- ସରକାରଙ୍କ ତରଫରୁ ସ୍ଵଛ ଭାରତ ସୁସ୍ଥ ଜୀବନ ନାରାବାଜି ଦିଆଯାଉଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି, ତଥାପି ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନାରେ ଓ ଗନ୍ଧ ମୟ ପାଣି ଭରପୁର ରହିଥିବା ସ୍ଥାନକୁ ଦେଖିଲେ ଜଣାପଡେ ଯେ ସ୍ଵଛ ଭାରତ ଓ ସୁସ୍ଥ ଜୀବନ ନାରାବାଜୀ ଏକ ପ୍ରହସନ ପାଲଟିଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଦୁଷୀତ ଜଳରେ ଗାଧେଇବା ନିତିଦିନିଆ ହୋଇଥିବା ବେଳେ ସେହି ସ୍ଥାନର ଅବସ୍ଥା ଯାହା ଯିଏ ନିଜେ ନଦେଖିଛି ସେ ବିଶ୍ୱାସ କରିପାରିବେ ନାହିଁ। ହଁ ଆଜ୍ଞା ଆମେ କହୁଛୁ ଯାହା ତାହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ମୁଖ୍ଯାଳୟ ସ୍ଥିତ ଦୁଇଗୋଟି ପୋଖରୀ ଯାହାର ନାମ ହେଉଛି ପୁରୁଷୋତ୍ତମ ସାଗର ଓ ଆଡିବନ୍ଧ (ଆଡକଟା) ଯାହାକି ରଜା ବସତି ସମୟର ଏହି ପୋଖରୀ ଭବାନୀପାଟଣା ଓ ଥୁଆମୁଳ ରାମପୁର ମୁଖ୍ଯାଳୟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ବରେ ରହିଅଛି।

ଏହି ଦୁଇଗୋଟି ପୋଖରୀରେ ଥୁଆମୁଳ ରାମପୁର ବ୍ଳକ ସ୍ଥିତ ବସ୍ତି ବାସୀ ଓ ପଡାବାସୀ ଆବାହନ କଳାରୁ ନିର୍ଭର କରୁଛନ୍ତି। ନିତିଦିନିଆ ଗାଧେଇବା ସେମାନଙ୍କ ପାଇଁ ସୁବିଧା ହେଉଛି ହେଲେ ବର୍ତ୍ତମାନ ପୋଖରୀ ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ପୋଖରୀ ପାଣି ଗନ୍ଧ ଯୁକ୍ତ ହେଉଛି। ବର୍ଷା ଦିନର ପାଣି ପଡାରୁ ଆସି ପୋଖରୀ ପ୍ରବେଶ କରିଥାଏ। ଏହାଦ୍ବାରା ପଙ୍କ ଓ ଅନାବନା ଘାସଲତାରେ ଭରପୁର ରହିଛି। ତଥାପି ପଡାବାସୀ ଗାଧେଇବା ପାଇଁ ବାଧ୍ୟ ହେଉଛନ୍ତି ଦୀର୍ଘ ଦିନରୁ ପୋଖରୀ ଦ୍ବୟର ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ବ୍ଯୟ ହେବା ସ୍ବତ୍ବେ ପୋଖରୀ ଦ୍ବୟରେ ଅବସ୍ଥାରେ ପରିବର୍ତ୍ତନ ହେଲା ନାହିଁ। ଏନେ ବିଭିନ୍ନ ଗଣମାଧ୍ୟମରେ ଅନେକ ଥର ଖବର ପ୍ରସାର ମଧ୍ୟ ହୋଇଛି ହେଲେ ବ୍ଲକ୍ ପ୍ରଶାସନ କୁମ୍ଭୀର ନିଦ୍ରାରେ ଶୋଇ ପଡ଼ିଛି l

ତେବେ ଏନେଇ ପଡାବାସୀ ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇ ପଙ୍କ ଉଦ୍ଧାର ପାଇଁ ଲେଖିତ ଅଭିଯୋଗ ଜଣାଇଥିବା ଜଣାପଡିଛି। ହେଲେ ଏହା ଉପରେ ବ୍ଳକ ପ୍ରଶାସନ କେତେ ତତ୍ପରତା ଦେଖାଇ ପୋଖରୀ ଦ୍ବୟର ପଙ୍କ ଉଦ୍ଧାର କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ରହିଲା। ଏ ସମ୍ପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରି ବୁଝିବରୁ ସେ କହିଲେ ମୁଁ ଅଫିସିଆଲ୍ କାମରେ ରାଜଧାନୀ ଆସିଛି ଫେରିଲା ପରେ କଣ ହୋଇଛି ତାଦାର ତଦାରଖ କରି କିଛି ବ୍ୟବସ୍ଥା କରେଇବି ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଲେ l ଏବଂ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ଙ୍କୁ ପଚାରିବାରୁ ସେ ବୋହୁତ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l