ଦୁଇ ଜଣ ଆଦିବାସୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଜାତନା ଘଟଣା : ତଦନ୍ତ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ ଶିକ୍ଷାଧିକାରିଣୀଙ୍କ ପରିଦର୍ଶନ l
ଥୁଆମୁଳ ରାମପୁର,୩୦/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଜଙ୍ଗଲ, ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ତଳନାଗୀ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଦୁଇ ଜଣ ନବମ ଶ୍ରେଣୀରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ବସ୍ତିଆ ନିର୍ଯାତନା ଦେଉଥିବା ସହିତ ମାନସିକ ଚାପ ପ୍ରୟୋଗ କରୁଥିବା ଓ ନିୟମିତ ସ୍କୁଲ୍ ଆସୁନଥିବା ଘଟଣାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ l

ସେ ଦୁଇ ଜଣ ଆଦିବାସୀ ଛାତ୍ରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଘୁଟୃଖାଲ ଗ୍ରାମର ହୋଇଥିବାବେଳେ ଆଉ ଜଣେ ମୁସ୍କୁଟାର ବୋଲି ଜଣାପଡିଛି। ଏହି ଦୁଇ ଜଣ ଛାତ୍ରୀ ବିଦ୍ୟାଳୟ ଅନ୍ତେବାସୀ ଭାବରେ ରହିଥିଲେ। ଜଣେ ଛାତ୍ରୀ ଗଣେଷ ପୂଜା ଛୁଟି ରହିଥିବା ସମୟରେ ଗତ ତା ୦୨/୦୯/୨୦୨୪ ଠାରୁ ତା ୧୨/୦୯/୨୦୨୪ ରିଖ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ଛୁଟି ନେଇ ତାଙ୍କ ସାନ ଭଉଣୀ ଘରେ ଥାଇ ଛୁଟି ପୂରିବା ଯୋଗୁଁ ବିଦ୍ୟାଳୟକୁ ଆସିଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀ ଜଣଙ୍କୁ ଧଳା କାଗଜରେ କିଛି ଲିଖିତ ଦେବା ପାଇଁ ବାଧ୍ୟ କରିଥିଲେ ହେଲେ ଛାତ୍ରୀ ମନା କରିବାରୁ ଛାତ୍ରୀଙ୍କୁ ହଷ୍ଟେଲ ରୁ ବାହାର କରିବା ପାଇଁ ଧମକ ଦେଲେ ପ୍ରଧାନ ଶିକ୍ଷୟିତ୍ରୀ, ଏହାକୁ ଡରିଯାଇ ଛାତ୍ରୀ ଜଣକ ଧଳା କାଗଜରେ ଯାହା ଲେଖିବା କଥା ତାଙ୍କ ବାପା ଅଭି ଝଡିଆଙ୍କ କହିଥିଲେ। ଏକଥା ବାପା ଅଭି ଝଡିଆ ଜାଣିବା ପରେ ବିଦ୍ଯାଳୟକୁ ଯାଇ ଶିକ୍ଷୟିତ୍ରୀ ଙ୍କ ଠାରୁ ବୁଝିଥିଲେ, ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ହଷ୍ଟେଲ ରୁ ବାହାର କରିଥିବା ପ୍ରକାଶ କରିଥିଲେ କାହିଁକି ନା ସେ କୌଣସି ଛୁଟି ନ ନେଇ ଘରକୁ ପଳାଇଲେ ବୋଲି କହିଥିଲେ । ଏଠାରେ ପ୍ରକାଶ ଥାଉକି ଯେ ଉକ୍ତ ଛାତ୍ରୀ ହଷ୍ଟେଲ ରେ ଦିଆଯାଉଥିବା ଖାଦ୍ୟ, ପେୟ, ଔଷଧ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର ରହୁଥିଲା ପ୍ରଧାନ ଶିକ୍ଷୟିତ୍ରୀ ଜଣେ ଲାଭଖୋର ମନୋବୃତ୍ତି ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ହଇରାଣ କରିଆସୁଥିବା ଗ୍ରାମବାସୀ ପ୍ରକାଶ କରିଥିଲେ। ଏହା ପୂର୍ବରୁ ମହୁଲପାଟଣା ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ମଧ୍ୟ ତାଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଘଟଣା ଲୋକଲୋଚନକୁ ଆସିଥିଲା । ତେବେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଅବହେଳା କରୁଥିବା ଶିକ୍ଷୟିତ୍ରୀଙ୍କ ପ୍ରତି ବିଭାଗୀୟ ଅଧିକାରୀ ମାନଙ୍କ ପକ୍ଷରୁ ଦୃଢ ଭାବର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ବ୍ଲକ୍ ଶିକ୍ଷାଧିକାରିଣୀ ପ୍ରଭାତୀ ଠାକୁର ଙ୍କୁ ପଚାରି ବୁଝିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ଶନିବାର ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲୁ ଏବଂ ସମସ୍ତ ଦିଗ ପରଖି ଦେଖିଥିଲୁ, ଯେହେତୁ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ରେ ଆମେ ଯାଇଥିଲୁ ଏଣୁ ଆମେ ତାଙ୍କୁ ସବୁପ୍ରକାର ତଥ୍ୟ ଦେଇଛୁ ସେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି l