ଦୁର୍ଗମ ଗ୍ରାମାଞ୍ଚଳରେ ପୁଣି ଦାଦନ ଦୁଃଖ : ଦୁଇ ସପ୍ତାହ ତଳେ ଦାଦନ ଖଟିବାକୁ ଯାଇ ଟ୍ରେନ ଲାଇନ୍ ରେ କଟି ଜଣେ ଶ୍ରମିକ ମୃତ I
ଥୁଆମୂଳ ରାମପୁର, ୨୭/୧୧-(ଦୁର୍ଗା କୀର୍ତ୍ତି):- ନିଜ ଘର ପରିବାରର ପ୍ରତି ପୋଷଣ କରିବା ସ୍ବପ୍ନ ନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ ଅଧିନରେ ଥିବା କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଗତ ଦୁଇ ସପ୍ତାହ ତଳେ ଦାଦନ ଖଟିବା ପାଇଁ ଘରୁ ବାହାରି ଆନ୍ଧ୍ର ପ୍ରଦେଶ ଯାଇଥିଲେ। ହେଲେ ଆନ୍ଦାରଙ୍କ ସ୍ବପ୍ନ ସ୍ୱପ୍ନରେ ରହିଗଲା, ଅକାଳରେ ତାଙ୍କ ଜୀବନରେ କଳାବାଦଳ ଛାଇ ଗଲା, ଶେଷରେ ଟ୍ରେନ ଲାଇନ୍ ରେ କଟି ଶବ ହୋଇ ଘରକୁ ଫେରିବେ ଯୁବକ l ଗାଁ ରେ ବେକାରୀ ସମସ୍ୟା ହେତୁ ସେ ଭାବିଥିଲେ, ବାହାର ରାଜ୍ୟକୁ ଯାଇ କିଛି ପଇସା ରୋଜଗାର କରି ଘରକୁ ପଠେଇବି ବୋଲି ହେଲେ ଭଗବାନଙ୍କ କି ବିଚିତ୍ର ଖେଳ ଖେଳି ଦେଲେ, ସେ ପଇସା ପଠାଇବା ଆଗରୁ ଆର ପାରିକୁ ଚାଲିଗଲେ ଯୁବକ। ଦୁଃଭାଗ୍ଯ ଓଡ଼ିଶା ତଥା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ, ଏଥିରୁ ପ୍ରମାଣିତ କରୁଅଛି ଯେ ଡବଲ ଇଞ୍ଜିନ ସରକାର ଦାଦନ ରୋକିବାରେ ବିଫଳ ହୋଇଛନ୍ତି ବୋଲି । ମିଳିଥିବା ସୂଚନା ଅନୁସାରେ ଗତ ରବିବାର ରାତିରେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଜୟ ନଗରମ ଅଞ୍ଚଳର ଗରୁଡ଼ି ନାମକ ଏକ ରେଳ ଷ୍ଟେସନରେ ମୃତ ଆନ୍ଦାର ମାଝୀ ଦିନମଜୁରି ଭାବରେ ଏକ ଦଲାଲଙ୍କ ସହ ଯାଇ କାମ କରୁଥିଲେ ହେଲେ, କୌଣସି କାରଣ ବଶତଃ ତାଙ୍କର ଟ୍ରେନ ଲାଇନ୍ ରେ ଦୁଇ ଟି ଗୋଡ଼ ଏବଂ ମୁଣ୍ଡ, ମୁଁହ କଟି ଘଟଣା ସ୍ଥଳରେ ହିଁ ମୃତ ହୋଇଥିବାରୁ ମୃତକଙ୍କ ଘରକୁ ତାଙ୍କ ସହ ଥିବା ଅନ୍ୟ ଦାଦନ ସାଥୀ ମାନେ ଫୋନ କରନ୍ତି ଘରକୁ କି, ନାଇ ଆଉ ତୁମ ପୁଅ, ବାପା ଟ୍ରେନ ଲାଇନ୍ ରେ କଟି ମୃତ୍ୟୁ ବରଣ କରିଛନ୍ତି ବୋଲି l ହେଲେ ମୃତ ଆନ୍ଦାରଙ୍କ ପରିବାର ପାଖରେ ସେତେ ଟଙ୍କା ପଇସା ନେଇ କି ସେମାନେ ଯାଇ ତାଙ୍କ ପୁଅ, ବାପାଙ୍କ ମର ଶରୀର କୁ ନିଜ ଭିଟା ମାଟିକୁ ଆଣିବେ l ମୃତ ଆନ୍ଦାର ବିବାହିତ ଥିବା ବେଳେ ତାଙ୍କର ୩ଟି ସନ୍ତାନ ଅଛନ୍ତି l ଗରୁଡ଼ି ରେଳ ଷ୍ଟେସନ ଅଞ୍ଚଳର ପୋଲିସ ସେଠାରେ ପହଞ୍ଚି ଶବ ଜବତ କରି ପାଖ ମେଡିକାଲ ରେ ଶବ ରଖିଥିବା ବେଳେ ଆସନ୍ତା ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ତାଙ୍କ ଭିଟା ମାଟିକୁ ଆମ୍ବୁଲାନ୍ସ ଯୋଗେ ନିଆଯିବା ନେଇ ଯାହା ପାଖରେ ଥିବା ଅନ୍ୟ ଦାଦନ ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଥୁଆମୂଳ ରାମପୁର ଥାନାରେ ମୃତକଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ l ତେବେ ଏହି ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ନେଇ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନଙ୍କ ପାଖରେ ସାଧାରଣରେ ଦାବୀ ହେଉଥିବା ବେଳେ ଉକ୍ତ ଅଂଚଳରେ ଏଭଳି ଦୁଃଖତ ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।