ଦୁର୍ଗମ ପୋଡାପାଇରେ ଅସହାୟଙ୍କୁ ସହାୟତା କଲେ ସଦର ବିଧାୟକ, ବିଧାୟକ ଆସିନ ଥିଲେ ତାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସହକର୍ମୀ ଆସିଥିଲେ

ଥୁଆମୂଳ ରାମପୁର,୧୬/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।ଦୁର୍ଗମ ଅଞ୍ଚଳର ଅସହାୟ ଲୋକଙ୍କୁ ସହାୟତା ଯୋଗାଇଛନ୍ତି। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଅଧିବାସୀ ଅଧ୍ଯୁଷିତ ବନ ପାହାଡ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ଏହି କେତେ ଦିନ ତଳେ ଝାଡାବାନ୍ତି, ଡାଇରିଆ ରୋଗରେ କିଛି ନିରୀହ ଲୋକଙ୍କ ଜୀବନ ହାନି ହୋଇଛି l ଯାହାଫଳରେ ଅନେକ ପରିବାର ବର୍ତ୍ତମାନ୍ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ଶନିବାର ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ତାଙ୍କ ଜନ୍ମଦିନ ଅବସରରେ କେରପାଇ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୋଡ଼ାପାଇ ଗ୍ରାମର ମୃତ ପରିବାର ସମେତ ପ୍ରାୟତଃ ୭୦ ରୁ ଉର୍ଦ୍ଧ ପରିବାରଙ୍କୁ ଶୀତ କାଳୀନ ବସ୍ତ୍ର, ଶାଢ଼ୀ, ରାସନ ସାମଗ୍ରୀ ସହ ଆର୍ଥିକ ସାହାଯ୍ୟ କରିଛନ୍ତି l

ଏହି କାର୍ଯ୍ଯକ୍ରମରେ ଭବାନୀପାଟଣା କଂଗ୍ରେସ କମିଟି ସଦସ୍ୟ ଲିଙ୍ଗରାଜ ନାଏକ, କେଶବ ନାଏକ, ଲବ ମଙ୍ଗରାଜ, ଲାଲୁ ନିଆଲ, ହରେକୃଷ୍ଣ ନାଏକ, ଚିନ୍ତାମଣି ବାଗ, ଥୁଆମୂଳ ରାମପୁର ବ୍ଲକ୍ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ମାରଞ୍ଜନ ନାଏକ, ଅନ୍ଦ୍ରିଅ ଦୀପ, ଭୀମସେନ ମାଝୀ, ଜଗାକାଳିଆ ନାଏକ ଙ୍କ ସମେତ ମାଁ ମାଟି ସୁରକ୍ଷା ସମିତିର ସଭାପତି ସୁବାସ ମାଝୀ, ସମ୍ପାଦକ ଲକ୍ଷ୍ମଣ ମାଝୀ ଏବଂ କେରପାଇ ପଞ୍ଚାୟତ କଂଗ୍ରେସ ସଭାପତି ଯୋଗେଶ୍ୱର୍ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସଦର ବିଧାୟକ ସାଗର ଦାସଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳ ବାସୀ ବେଶ୍ ପ୍ରଶଂସା କରୁଥିବା ଜଣାପଡିଛି l ତତ୍ ସହ ଉକ୍ତ ଗ୍ରାମବାସୀ ଶ୍ରୀ ଦାସ ଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି l