ଦୁର୍ନୀତି କୁ ଚପାଇ ଦେବାକୁ ଥୁଆମୂଳ ରାମପୁର ବ୍ଲକରେ ଉଦ୍ୟମ

ପ୍ରଚାର ପ୍ରସାର ଅଭାବ ଯୋଗୁଁ ଲୋକେ ଅଭିଯୋଗକାରି ଆସିପାରିଲେ ନାହିଁ ।୪୩ଟି ଅଭିଯୋଗ ପତ୍ର ରେ ସୀମିତ ରହିଲା ଅଭିଯୋଗ ଶୁଣାଣି

ଥୁଆମୂଳ ରାମପୁର,୧୧/୧୧-(ଦୁର୍ଗା କୀର୍ତ୍ତି):- ଦୁର୍ନୀତି କୁ ଚପାଇ ଦେବାକୁ ଥୁଆମୂଳ ରାମପୁର ବ୍ଲକ ରେ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ପ୍ରଚାର ପ୍ରସାର ଅଭାବଯୋଗୁଁ ମାତ୍ର ୪୩ଟି ଅଭିଯୋଗ ପତ୍ର ରେ ସୀମିତ ରହିଗଲା ଜିଲ୍ଲାପାଳ ଓ ଏସ ପି ଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହେଉଛି ଥୁଆମୂଳ ରାମପୁର ବ୍ଲକ । ଏହି ବ୍ଲକ ଏକ ବିଛିନ୍ନଞ୍ଚଳ ଅଟେ । ୨୪ଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି ଥୁଆମୂଳ ରାମପୁର ବ୍ଲକ । ବ୍ଲକ ମହକୁମା ଠାରୁ କେଉଁ ପଞ୍ଚାୟତ ୭୦ କିମି ଦୂର ତ ଆଉ କେଉଁ ପଞ୍ଚାୟତ ୬୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଥିବା ବେଳେ ଅନେକ ପଞ୍ଚାୟତ ବିଛିନ୍ନାଞ୍ଚଳରେ ଅଛି । ଯେହେତୁ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ଏହି ବ୍ଲକ ଦୁର୍ନୀତି ମଧ୍ୟ ଜିଲ୍ଲାରେ ସର୍ବାଧିକ ଅଟେ ।ସରଳ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା ବା ଆତ୍ମସାତ କରୁଥିବା ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଛି । ସୋମବାର ଥୁଆମୂଳ ରାମପୁର ବ୍ଲକ ରେ ଜନ ଶୁଣାଣି ଶିବିର ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ସଦର ଏସଡିପିଓ ସୁନାରାମ ହେମ୍ବ୍ରମ ଙ୍କ ସମେତ ସମସ୍ତ ବିଭାଗ ର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ । ହେଲେ ଜନସାଧାରଣଙ୍କ ସ୍ୱର କୁ ଚାପି ଦେବା ପାଇଁ ବ୍ଲକ୍ ଅଧିକାରୀ, କର୍ମଚାରୀ ଓ ପ୍ରତିନିଧି ମାନେ ଏହି ଜନ ଶୁଣାଣି ପାଇଁ ପ୍ରଚାର ପ୍ରସାର କଲେ ନାହିଁ । ଯାହା ଫଳରେ ମାତ୍ର ୪୩ ଟି ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ପାଖକୁ ଆସିଥିଲା । ସେଥି ମଧ୍ୟରୁ ୧୩ଟି ସାମୁହିକ ଅଭିଯୋଗ, ୧୩ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ।

ସେହିଭଳି ଥୁଆମୂଳ ରାମପୁର ଓ କଲମପୁର ବ୍ଲକ ର ସେତୁ ଭାବେ ଉଭା ହୋଇଥିବା ସିଙ୍ଗାରିଘାଟି ରାସ୍ତା ର ଦୟନିୟ ସ୍ଥିତି ନେଇ ମଧ୍ୟ ଜନସାଧାରଣ ଅଭିଯୋଗ କରିଥିଲେ ତାତ୍ସଙ୍ଗେ ଥୁଆମୂଳ ରାମପୁର ର ବୋହୂ ପୁରାତନ କାଳର ଦୁଇ ପୋଖରୀର ପଙ୍କ ଉଦ୍ଧାର କରିବା ନେଇ ଅନେକ ମହିଳା ଅଭିଯୋଗ କରିଥିଲେ , ଠିକ୍ ସେମିତି ସହରରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଏବଂ ପୂର୍ବ ଲାଗିଥିବା ସୋଲାର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କରିବା ସାଙ୍ଗକୁ ନୂତନ ଜିଓ ଟାୱାର ସ୍ଥାପନ କରିବା ନେଇ ମଧ୍ୟ ଲୋକେ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା l ହେଲେ ମଧ୍ୟ ଅନେକ ଅଭିଯୋଗକାରି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ କାହିଁକି ନା ଦୂରଦୂରାନ୍ତରୁ ଲୋକେ ଆସିବା ବେଳକୁ ଅଧିକାରୀ ତରବରେ ଶିବିରକୁ ସାରି ପଳେଇ ଥିଲେ । ବିଭିନ୍ନ ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଙ୍କ ପ୍ରତିକ୍ରିୟା ନେବାରୁ ବହୁ ଶୀଘ୍ର ସୀଙ୍ଗାରି ରାସ୍ତା ପାଇଁ ଟେଣ୍ଡର ହୋଇ କାମ ହେବ ବୋଲି ସୂଚନା ଦେବା ସଙ୍ଗେ ତାଙ୍କ ପାଖକୁ ଯାହା ଅଭିଯୋଗ ଯାଇଛି ତାହାର ଯଥା ସମ୍ଭବ କାର୍ଯ୍ୟକାରୀ କରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l ତେଣୁ କଳାହାଣ୍ଡି ଜିଲ୍ଲାପାଳ ଏହାର ତଦନ୍ତ କରି ଏଭଲି ଦୁର୍ନୀତଖୋର ଅଧିକାରୀ ଓ ବିର୍ବାଚିତ ପ୍ରତିନିଧି ବିରୋଧଦୃଢ କାର୍ଯ୍ୟାନୁଷ୍ଠାନ ନେଵାକୁ ଜନସାଧାରଣ ଦାବୀ କରିଛନ୍ତି ।