ଦେଶରେ ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଦେଶରେ ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ଅଷ୍ଟମ ରାଙ୍କ ଅଧିକାର କରିଛନ୍ତି ମୋହନ। ନିଜ ରାଜ୍ୟରେ ୩୪.୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କ ରାଜ୍ୟର ୪୪.୬ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।ଦ୍ବିତୀୟରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ତାଙ୍କୁ ୪୧.୯ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପରେ ତୃତୀୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରହିଛନ୍ତି । ତାଙ୍କୁ ୪୧.୯ ପ୍ରତିଶତ ସମର୍ଥନ ମିଳିଛି । ଚତୁର୍ଥରେ ଭୂପେନ୍ଦ୍ର ପଟେଲ, ତାଙ୍କୁ ୪୦.୭ ପ୍ରତିଶତ ରେଟିଂ ମିଳିଛି । ସେହିପରି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୪୦.୪ ପ୍ରତିଶତ ସମର୍ଥନ ଦେଇଛନ୍ତି ରାଜ୍ୟ ଲୋକେ । ଷଷ୍ଠ ସ୍ଥାନରେ ରହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତାଙ୍କୁ ମିଳିଛି ୩୯.୨ ପ୍ରତିଶତ ରେଟିଂ ।

ସପ୍ତମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହାପରକୁ ରହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ୮ମ ସ୍ଥାନରେ ଅଛନ୍ତି ମୋହନ ମାଝୀ । ଓଡିଶାର ୩୪.୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।

ଏହାପରକୁ ନବମ ସ୍ଥାନ ଅଧିଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦.୧ ପ୍ରତିଶତ ପାଇ ସେ ନବମ ସ୍ଥାନରେ ରହିଛନ୍ତି । ଏହାପରକୁ ଶେଷ ସ୍ଥାନରେ ରହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ । ୨୯.୯ ପ୍ରତିଶତ ପାଇ ସେ ଦଶମ ସ୍ଥାନରେ ରହିଛନ୍ତି ।ଗତ ଜୁନ୍ ମାସରେ ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ମୋହନ ମାଝୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ରୀୟ ନେତୃତ୍ବ ମୋହନଙ୍କ ଉପରେ ଆସ୍ଥା ରଖିଥିବା ଏହା ଦର୍ଶାଇଥିଲା ଏବେ ଏହି ସର୍ଭେ ରିପୋର୍ଟ ଆସିବା ପରେ ଜାତୀୟ ସ୍ତରରେ ମୋହନ ମାଝୀଙ୍କୁ ସ୍ବୀକୃତି ମିଳିଛି ।