ଧୀନିଙ୍କ ଜର୍ସି ନମ୍ବର-୭ ନେଲା ସନ୍ୟାସ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ତାଙ୍କ ଜର୍ସି ମଧ୍ୟ ଅବସର ନେଇଛି । ଧୋନିଙ୍କ ପ୍ରତିଷ୍ଠିତ ଜର୍ସି ନମ୍ବର-୭କୁ ଅନ୍ୟ କୌଣସି ଖେଳାଳି ପିନ୍ଧି ପାରିବେ ନାହିଁ ।ସମାନ ଭାବେ ପୂର୍ବରୁ ସଚିନଙ୍କ ୧୦ ନମ୍ବର ଜର୍ସିକୁ ସମ୍ମାନ ଜଣାଇ ପ୍ରଦାନ ଅବସର ଦେଇଥିଲା ବିସିସିଆଇ। ୨୦୧୭ ରେ, ସଚିନ୍ ତେନ୍ଦୁଲକର ଅବସର ନେବା ପରେ ତାଙ୍କର ଭାରତୀୟ ଜର୍ସି ମଧ୍ୟ ପଡ଼ିଆରୁ ଅବସର ନେଇଥିଲା। ଖବର ଅନୁଯାୟୀ ବିସିସିଆଇ ଜାତୀୟ ଦଳର ଖେଳାଳିଙ୍କୁ, ବିଶେଷକରି ନବାଗତମାନଙ୍କୁ ସୂଚନା ଦେଇଛି ଯେ ତେନ୍ଦୁଲକର ଏବଂ ଧୋନିଙ୍କ ଜର୍ସି ନମ୍ବର ବିକଳ୍ପ ସେମାନଙ୍କ ପାଖରେ ନାହିଁ। ଧୋନି ନିଜ କ୍ରିକେଟ୍ କ୍ୟାରିୟର ଯେଉଁ ଜର୍ସି ପିନ୍ଧିଥିଲେ, ସେହି ସାର୍ଟକୁ ଅବସର ମିଳିଛି ।

ଧୋନିଙ୍କ ଟି-ସାର୍ଟ ଅବସର ନେବା ଖବର ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟରୁ ସାମ୍ନାରୁ ଆସିଛି ।ଏମଏସ୍ ଧୋନି ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ଦିନିକିଆ ବିଶ୍ବକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜେତା ଅଧିନାୟକ । ତାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଛି ।