ନରେନ୍ଦ୍ର ମୋଦୀଙ୍କ ଉପରେ ପୁଣି ନିର୍ମାଣ ହେବ ବାୟୋପିକ୍‌

ଟଏଲେଟ୍ ଏକ ପ୍ରେମ କଥା ନିର୍ମାତା ପ୍ରେରଣା ଅରୋରା। ବର୍ତ୍ତମାନ ସେ ପିଏମ ନରେନ୍ଦ୍ର ମୋଦୀଙ୍କ ଉପରେ ବାୟୋପିକ୍ କାମ କରିବାକୁ ଯୋଜନା କରୁଛନ୍ତି। ସେ ଅମିତାଭ ବଚ୍ଚନଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ ନେବାକୁ ଚାହୁଁଛନ୍ତି। ପ୍ରେରଣାଙ୍କୁ ଲାଗୁଛି ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ହ୍ୟାଣ୍ଡସମ, ଡାଇନାମିକ ଓ ଯୋଗ୍ୟ ବ୍ୟକ୍ତିତ୍ୱ ଆଉ କେହି ହୋଇ ନ ପାରନ୍ତି। ପ୍ରେରଣା ନରେନ୍ଦ୍ର ମୋଦିଙ୍କର ସବୁଠାରୁବଡ ଫ୍ୟାନ ଫଲୋଇଙ୍ଗ ମଧ୍ୟରୁ ଅନ୍ୟତମ।

  ନିର୍ମାତା ପ୍ରେରଣା ଆରୋରା ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ସେ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି। ତାଙ୍କୁ ପଚରାଯାଇଥିଲା କି ତାଙ୍କୁ ନରେନ୍ଦ୍ର ମୋଦୀ ଭୂମିକାରେ କିଏ ଅଭିନୟ କରିବେ ବୋଲି ପଚରାଯାଇଥିଲା। ପ୍ରେରଣା ଏହା ଉପରେ ଉତ୍ତର ଦେଇଥିଲେ ଅମିତାଭ ବଚ୍ଚନ ।