ନାକ ବିହିନ ଏକ ଆଖି ବିଶିଷ୍ଟ ବାଛୁରୀର ଜନ୍ମ
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାସିଂ ଗ୍ରାମ ପଞ୍ଚାୟତ ରାଙ୍କୁଡ଼ା ଗ୍ରାମ ଶ୍ରୀପତି ପାଇକଙ୍କ ଗାଈ ଜନ୍ମ ଦେଇଛି ଏକ ବିଚିତ୍ର ବାଛୁରୀ ଛୁଆ l ସବୁ କିଛି ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଥିବା ବେଳେ ଅଶ୍ଚର୍ଯ୍ୟ ର କଥା ହେଲା ନିଶ୍ବାସ ପ୍ରଶ୍ୱାସ ନେବା ପାଇଁ ନାକ ନଥିବା ବେଳେ କପାଳ ର ଠିକ୍ ମଧ୍ୟ ଭାଗରେ ରହିଛି ଗୋଟିଏ ମାତ୍ର ଆଖି l
ଏହି ବିଚିତ୍ର ବାଛୁରୀ ଟିକୁ ଦେଖିବା ପାଇଁ ବର୍ତ୍ତମାନ ରାଙ୍କୁଡ଼ା ଗ୍ରାମରେ ଲୋକମାନଙ୍କର ସୁଅ ଛୁଟିଛି ତାକୁ ବଞ୍ଚାଇ ରଖିବା ପାଇଁ ଗ୍ରାମ କିଛି ମହିଳାମାନେ ବୋତଲ ମାଧ୍ୟମରେ କ୍ଷୀର ପାନ ଦେଇ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି l ଅନେକ ମଧ୍ୟ ପୁଜା ଅର୍ଚ୍ଚନା ଆରମ୍ଭ କରିଛନ୍ତି l