ନାତୁଣୀ ପେଟରେ ୭ ମାସର ପିଲା l ୬୫ ବର୍ଷ ର ଅଜାର ଫେରାର।

ଆଳି ରୁ ଆସିଲା ଲଜ୍ଜା ଜନକ ଘଟଣା ର ଚିତ୍ର l ଯାହାକି ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀ କୁ ଗର୍ଭବତୀ କଲା ୬୫ ବର୍ଷ ର ଅଜା l ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳ ଘଟିଛି ଏଭଳି ଲଜ୍ୟାକର ଘଟଣା l ଆଳି ଥାନା ଗୋବିନ୍ଦପୁର ପଂଚାୟତ ର 65 ବର୍ଷୀୟ ରାଜୀବ ମଲ୍ଲିକ ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲେ ନାବାଳିକା ପୀଡିତା ଙ୍କ ସହ ।

ଏବଂ କାହାକୁ ନଜଣାଈବାକୁ ଧମକ ଚମକ ଦେଇଥିଲେ । ଝିଅ ର ଶରୀର ପରିବର୍ତ୍ତନ କୁ ଲକ୍ଷ କରି ପରିବାର ପକ୍ଷରୁ ଝିଅ କୁ ପଚାରିବାରୁ ଝିଅ ସବୁ ସତକଥା ମନିଥିଲା ଓ ଡାକ୍ତର ଙ୍କ ପରାମର୍ସ କ୍ରମେ ଅଲ୍ଟ୍ରାସାଉଣ୍ଡ ରେ ସାତମାସ ର ଗର୍ଭବତୀ ବୋଲି ଜଣା ଯାଇଛି। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଘର ଛାଡ଼ି ପଳାଇଛନ୍ତି ।

ଏ ନେଇ ପୀଡିତା ଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଲିଖିତ ଅଭିଯୋଗ କ୍ରମେ କେଶ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ 2(N) ପୋସ୍କୋ ଅନୁସାରେ କେଶ ରୁଜୁ ହେବା ସହ ଖୁବ ଶୀଘ୍ର ଦୋଷୀକୁ ଦଣ୍ଡାଦେଶ ଦେବାକୁ ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରତିକ୍ରିୟା ରଖିଛନ୍ତି।