ନାହିଁ ନାହିଁ ରେ ବ୍ଲକ୍ ସ୍ତରୀୟ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା ୨୦୨୫ l
ପ୍ରଚାର ପ୍ରସାର ଅଭାବ ଯୋଗୁଁ ଅନେକ କଳାକାର ଏଥିରୁ ମଞ୍ଚିତ l
ଥୁଆମୂଳ ରାମପୁର,୧୨/୧୨-(ଦୁର୍ଗା କୀର୍ତ୍ତି):- ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ / ପୌରାଂଚଳ ସ୍ତରରେ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କ୍ରମନ୍ସରେ ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଇଛି । ଏହି ଅବସରରେ ବ୍ଲକ୍ ସ୍ତରୀୟ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା-୨୦୨୫ ନିମନ୍ତେ ଗୁରୁବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତ୍ୱତ୍ବାଧାନରେ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ୍ କଳା ସସ୍କୃତି ସଂଘ ଉପ ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ବିଜେପି ପବିତ୍ର ନାଏକ, ବାଜ୍ରା ଭୋଇ, ବିପିନ ନାଏକ, ବ୍ଲକ୍ କଳା ସସ୍କୃତି ସଂଘ ସଦସ୍ୟ କୃଷ୍ଣ ଚନ୍ଦ୍ର ନାଏକ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ହେମନ୍ତ ପଣ୍ଡାଙ୍କ ସମେତ ଶିକ୍ଷାକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଯଦୁମଣୀ ନାଏକ, ଶିକ୍ଷକ ଗୁନେଶ୍ୱର୍ ନାଏକ, ଯୁକ୍ତ ତିନି ମହାବିଦ୍ୟାଳୟ ଅଧ୍ୟାପକ ବିରଞ୍ଚି ନାଏକ, ଅଧ୍ୟାପକ ପରୀକ୍ଷିତ ନାଏକ, ଅଧ୍ୟାପକ ବଳଭଦ୍ର ହରିଜନଙ୍କ ସମେତ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l ଏଠାରେ ପ୍ରକାଶ ଯୋଗ୍ୟ ଯେ ବ୍ଳଳ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସୁ-ପରିଚାଳନା କରିବା ନିମନ୍ତେ ନିଜ ବ୍ଳକର “ବ୍ଳକ କଳା ସଂସ୍କୃତି ସଂଘ” କୁ ସାମିଲ କରି କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ଜିଲ୍ଲା ସଂସ୍କୃତି ବିଭାଗ ଏବଂ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ସହ ନିଜ ଅଂଚଳର ବିଦ୍ୟାଳୟ ଗୁଡିକୁ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ପାଇଁ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ବିଭାଗ
ପକ୍ଷରୁ ଚିଠି ରେ ନିର୍ଦ୍ଦେଶ ରହିଥିବା ବେଳେ ମାତ୍ର ହାତ ଗଣତି କିଛି ସ୍କୁଲ୍ ଏବଂ ବିଦ୍ୟାଳୟ, ମହବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଶେଷ କରି ଦେଇଛନ୍ତି l

ଏଠାରେ ପ୍ରଚାର ପ୍ରସାର ର ଘୋର ଅଭାବ ସହ ଏହି ଉତ୍ସବ ସଠିକ୍ ଭାବରେ ପରିଚାଳନା ହୋଇନଥିବାରୁ ବ୍ଲକ୍ ର ଅନେକ କଳା ସସ୍କୃତି ପ୍ରେମୀ ତଥା ବିଭିନ୍ନ କଳା ସଂସ୍କୃତ ସଂଘ, ଅନୁଷ୍ଠାନ ଓ ଅନେକ ଲୁକାଇତ ପ୍ରତିଭା ଏହି କାର୍ଯ୍ୟକ୍ରମରେ ବଞ୍ଚିତ ରହିଥିବା ଜଣାପଡ଼ିଛି l ଯାହାକୁ ନେଇ କଳା ଓ ସଂସ୍କୃତି ପ୍ରେମୀଙ୍କ ମନରେ ଗଭୀର କ୍ଷବ ଜାତ ହେଇଥିବା ନେଇ ବ୍ଲକ୍ କଳା ସସ୍କୃତି ସଂଘ ଉପ ସଭାପତି ଶ୍ରୀ ନାଏକ ପ୍ରକାଶ କରିଛନ୍ତି l ଆସନ୍ତା ତା.୧୪.୧୨.୨୦୨୪ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଭାବନିପାଟଣା ଠାରେ ଅନୁଷ୍ଠିତ ହେବ ହେଲେ ୨୪ ଗୋଟି ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ମାନଙ୍କରୁ କିମ୍ବା ବିଭିନ୍ନ ସସ୍କୃତି ସଂଘ ମାନଙ୍କୁ ଡାକି ଉତ୍ସବ କରିବା କଥା ତାହା ହୋଇ ନାହିଁ ଫଳରେ ଅଧରୁ ଅଧିକ କଳାକାର ଜାଣିପାରିଲେ ନାହିଁ କିମ୍ବା ଉତ୍ସବକୁ ପହଞ୍ଚିପରିଲେ ନାହିଁ l କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ (ବି ଏସ ଏସ ଓ) ସୁନା ରାମ୍ ସ୍ୱରେନ୍ ପରିଚାଳନା କରିଥିଲେ l