ନାହିଁ ନାହିଁ ରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ“ସୁରଭି”୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଥୁଆମୁକ ରାମପୁର,୨୧/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ କାର୍ଯ୍ୟକ୍ରମ ସୋମବାର ନାହିଁ ନାହିଁ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ସଙ୍ଗୀତ, ଶ୍ରୁତଲିଖନ ଓ ହସ୍ତାକ୍ଷର, ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା
ଅନୁଷ୍ଠିତ ହୋଇଥିଲା l ହେଲେ ଏହି କାର୍ଯ୍ୟକ୍ରମରେ ଆଗଭଳି ସେତେ ଆୟୋଜନ ହୋଇନଥିଲା ମାତ୍ର ହାତ ଗଣତି କିଛି ଛାତ୍ର ଛାତ୍ରୀ ଆସିଥିଲେ , ହେଲେ ମଧ୍ୟ ପିଲାଙ୍କୁ ଖାଇବାରେ ଦେବାରେ ଅବହେଳା , କାହାକୁ ଭାତ ମିଳିଲା ତୋ ତରକାରୀ ନାହିଁ, କାହାକୁ ତରକାରୀ ମିଳିଲା ତୋ ଡାଲି ନାହିଁ , ଏଭଳି ଅନେକ ସମସ୍ୟା ଦେଖା ଗଲା ଯାହାକି ମଞ୍ଚ ସାଜସଜ୍ଜା ରେ ପୁରା ଅବହେଳା , ଠିକ୍ ନୃତ୍ୟ ପ୍ରତିଯୋଗିତା ସମୟରେ ପ୍ରବଳ ବର୍ଷା ହେବାରୁ ମଞ୍ଚରେ ବର୍ଷା କାଳୀନ କୌଣସି ବ୍ୟବସ୍ଥା ହୋଇନଥିବାରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏଣେ ତେଣେ ଦୌଡ଼ି ବୁଲିଲେ, ପରେ ବର୍ଷ ଛାଡ଼ିବାରୁ ପଚ ପଚ୍ କାଦୁଓରେ ନୃତ୍ୟ ପ୍ରତିଯୋଗିତା କଲେ l

ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ଅନୁଷ୍ଠିତ ହେଇଥିଲା ଏହି ଉତ୍ସବ l ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଶିକ୍ଷା ଅଧିକାରୀଣୀ ପ୍ରଭାତୀ ନନ୍ଦିନୀ ଠାକୁର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଲମପୁର ଥୁଆମୂଳ ରାମପୁର ବି.ଆର୍.ସି ଦାୟିତ୍ୱରେ ଥିବା ହେମନ୍ତ ପଣ୍ଡା, ନୋଡାଲ ସି.ଆର୍.ସି.ସି ସୁନାଧର ମାଝୀ, ମତିଲାଲ ବାଗ, ଗଣେଶ୍ୱର ନାଏକ, ଯୁଗେଶ୍ୱର୍ ନାଏକ, ଯଦୁମଣି ନାଏକ, ନାଗେଶ୍ଵର ନାଏକ, ଝଜରୁ ମାଝୀ, ଜୟସିଂହ ମାଝୀ, ଅଜିତ୍ ଦୁର୍ଗା ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ଶିକ୍ଷକ , ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କ୍ଲଷ୍ଟର ସି.ଆର୍.ସି.ସି ବୃନ୍ଦ ଯୋଗଦେଇଥିବା ବେଳେ ସେଥିରେ ଶିକ୍ଷକ ରଶ୍ମି ରଞ୍ଜନ ସେଠୀ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପଚ୍ ପଚ୍ ବର୍ଷା ଓ କାଦୁଓ ରେ ପୁରସ୍କୃତ କରାଯାଇଥିଲା |

ହେଲେ ବ୍ଲକ୍ ର ଗୋଟିଏ ମହତ୍ତ୍ଵ କାର୍ଯ୍ୟକ୍ରମ ଯେଉଁଠାରେ କି ଛାତ୍ର ଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କିଛି ଶିଖି ଥାଆନ୍ତି , ସେଠାରେ ସମ୍ପୂର୍ଣ୍ଣ ଅବହେଳା ବା ଅବ୍ୟବସ୍ଥାରେ କାର୍ଯ୍ୟକ୍ରମ ଜେଉଥିକି ନିଜେ ବ୍ଲକ୍ ଶିକ୍ଷାଧିକାରୀଣୀ ଙ୍କ ଉପସ୍ଥିତିରେ ଏମିତି ହେଲେ ବ୍ଲକ୍ ର ବିଭିନ୍ନ ସ୍କୁଲ ରେ କେମିତି ହୋଇ ନ ଥିବ ବୋଲି ବିଭିନ୍ନ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏନେଇ ଆମେ ବିଇଓ ଙ୍କୁ ପଚାରିବାରୁ ହରବରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏବଂ ସଠିକ୍ ଭାବରେ ଉତ୍ସବ ଆୟୋଜନ କରିବାକୁ ମୁଁ ସି.ଆର.ସି.ସି ସୁନାଧର୍ ମାଝୀ ଙ୍କୁ ଦାୟିତ୍ଵ ବୋଲି କହିଲେ l